ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ ହଜାର ୩୬୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ଜାନୁଆରୀ ୨୦ : ରାଜ୍ୟରେ ଗତ କିଛି ଦିନ ଧରି ଦୈନିକ ସଂକ୍ରମଣ ଦଶ ହଜାର ଉପରେ ରହିଛି । ଆଜି ରାଜ୍ୟରେ ୧୦ ହଜାର ୩୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୦୯୦ ଜଣ ଶିଶୁ ରହିଥିବା ବେଳେ ଆଜିର ସଂକ୍ରମଣକୁ ମିଶାଇ ରାଜ୍ୟରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୮୮ ହଜାର ୩୪୬ରେ ପହଁଞ୍ଚିଛି । ଆଜିର ସଂକ୍ରମିତଙ୍କ ମଧ୍ୟରୁ ୬୦୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୩୫୩ ସଂକ୍ରମିତ ବାହାରିଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଜି ୭ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ଦୁଇ ବର୍ଷ ହେଲା କରୋନା ମହାମାରୀ ପୀଡାରେ ଛଟପଟ ହେଉଥିବା ଭାରତ ସମେତ ସମୁଚ୍ଚୟ ବିଶ୍ଵ ପାଇଁ ଏକ ସବୁଠୁ ବଡ଼ ପ୍ରଶ୍ନ କେବେ ଯିବ କରୋନା ଏହା ଭିତରେ ଏକ ଆଶ୍ଵସ୍ତିକର ଖବର ଦେଇଛନ୍ତି ଆଇସିଏମଆର ମହାମାରୀ ବିଶେଷଜ୍ଞ ସମୀରନ ପଣ୍ଡା। ସେ କହିଛନ୍ତି , ଓମିକ୍ରନ୍ ଯୋଗୁଁ ସଂକ୍ରମଣ ବଢୁଛି। ଯଦି ଓମିକ୍ରନ୍ କରୋନାର ପୂର୍ବ ପ୍ରକରଣ ଭୂତାଣୁ ଡେଲଟାର ସ୍ଥାନ ନେଇଯାଏ ଏବଂ ଅନ୍ୟ କୌଣସି ନୂଆ ପ୍ରଜାତି ଆଗକୁ ସୃଷ୍ଟି ନହୁଏ , ତେବେ ମାର୍ଚ୍ଚ ୧୧ ସୁଦ୍ଧା ମହାମାରୀ ଶେଷ ପର୍ଯ୍ୟାୟର ରୂପ ନେବ। ଗତକାଲି ରାଜ୍ୟରେ ୭୪ ହଜାର ୨୩୪ ନମୁନା ପରୀକ୍ଷଣ ହୋଇଥିବା ବେଳେ ୧୦,୩୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ବାହାରିଛନ୍ତିି । ଗତ ୨୪ ଘଣ୍ଟାରେ ୩୦୩୬ ସଂକମିତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ସୁନ୍ଦରଗଡ଼ରୁ ୧୫୦୫, କଟକରୁ ୯୪୦, ବଲାଙ୍ଗିର ୨୫୯, ସମ୍ବଲପୁରରୁ ୨୪୭ , ରାୟଗଡା ୨୦୮, ମୟୁରଭଞ୍ଜରୁ ୧୬୫, ବାଲେଶ୍ୱରରୁ ୩୦୪,ପୁରୀ ୧୪୦, ଯାଜପୁରରୁ ୨୯୦, ଝାରସୁଗୁଡା ୧୫୭, ଗଞ୍ଜାମ ୮୭, ଜଗତସିଂହପୁରରୁ ୧୬୫, କଳାହାଣ୍ଡି ୧୯୪, କେଉଁଝର ୧୨୩, କୋରାପୁଟ ୨୦୨, ନବରଙ୍ଗପୁର ୧୬୨, ସୋନପୁର ୧୮୦, ନୟାଗଡ ୧୪୯, ନୂଆପଡା ୧୯୬. ଭଦ୍ରକ ୧୨୯, ବରଗଡ ୧୫୨, ଅନୁଗୁଳ ୧୩୬ ବୌଦ୍ଧ ୭୬, ଦେଓଗଡ ୭୮, ଢେଙ୍କାନାଳ ୮୩, ଗଜପତି ୧୦୦, କନ୍ଧମାଳ ୮୩, ମାଲାକାନଗିରି ୫୮ ଏବଂ ଷ୍ଟେଟ୍‌ପୁଲ୍‌ରୁ ୬୬୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.