ଥାନା ଫାଟକ ସାମ୍ନାରେ ମହିଳାଙ୍କୁ କୁରାଢି଼ ଚୋଟରେ ହତ୍ୟା

ସମ୍ବଲପୁର, ଜାନୁଆରୀ ୧୯ : ବୁଧବାର ସମ୍ବଲପୁର ଜିଲ୍ଲାର କିସିନ୍ଦା ଥାନା ସମ୍ମୁଖରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ହତ୍ୟା କରିଛନ୍ତି। ଗତକାଲି ପ୍ରାୟ ସଂନ୍ଧ୍ୟା ୬.୩୦ ସମୟରେ ଏହି ନିର୍ଦ୍ଦୟ ହତ୍ୟାକାଣ୍ଡ ଘଟିଥିଲା। ମୃତକଙ୍କ ନାମ ବରଗଡର ଭାଟିଗାଓଁର କୁମାରି ମେହେର (୩୫) ବୋଲି ଜଣାପଡିଛି। ସେ ତାଙ୍କ ସ୍ୱାମୀ ଦେବ ନନ୍ଦା ମେହେର। କିଛି ଦିନ ପୂର୍ବେ କୁମାରୀ ଲୋଇସିଙ୍ଗା ଗାଁରେ ଥିବା ତାଙ୍କ ବାପ ଘରକୁ ଆସିଥିଲେ। ଅଭିଯୁକ୍ତ ମୃତ ମହିଳାଙ୍କ ସମ୍ପର୍କୀୟ ଭାଇ କିଶରୋଦ ରୋହିଦାସ (୧୮) ଥାନା ଫାଟକ ସମ୍ମୁଖରେ କୁମାରୀ ମେହେରଙ୍କୁ ହତ୍ୟା କରିବା ପରେ ଖସି ପଳାଇଥିବା ଜଣାପଡିଛି। କିସିନ୍ଦା ପୋଲିସ ମୃତଦେହ ଜବତ କରି ଲୋଇସିଙ୍ଗା ଗ୍ରାମକୁ ଯାଇ ଯାଞ୍ଚ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ବିଭିନ୍ନ ଦିଗରୁ ଅନୁସନ୍ଧାନ କରାଯାଉଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ସୂଚନା ଅନୁଯାୟୀ, ଅଭିଯୁକ୍ତ କ୍ଷୀରୋଦ ରୋହିଦାସ ଏବଂ କୁମାରୀଙ୍କ ପରିବାର କେତେକ ପ୍ରସଙ୍ଗରେ ଝଗଡା ଲାଗି ରହିଥିବାରୁ ହତ୍ୟାକାଣ୍ଡର ପ୍ରକୃତ କାରଣ ପାରିବାରିକ କଳହ ହୋଇପାରେ। ଘେରୋଇ ଝଗଡା ପ୍ରସଙ୍ଗରେ କୁମାରୀ ଅଭିଯୋଗ କରିବା ପାଇଁ ଆଜି ସନ୍ଧ୍ୟାରେ ପୋଲିସ ଷ୍ଟେସନକୁ ଯାଇଥିଲେ। କିନ୍ତୁ, ରାସ୍ତାରେ ରୋହିଦାସ ତାଙ୍କୁ ଅଟକାଇଥିଲେ, ପରେ ଉଭୟ ପୋଲିସ ଷ୍ଟେସନ ଆଡ଼କୁ ଚାଲିବା ଆରମ୍ଭ କରିଥିଲେ । ତେବେ ସେ ପୋଲିସ ନିକଟରେ ପଁଞ୍ଚିବା ପୂର୍ବରୁ କ୍ଷୀରୋଦ କୁରାଢି ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲା ।

Leave A Reply

Your email address will not be published.