ଦିଲ୍ଳୀ: ପୁରୁଣା ସୀମାପୁରୀରେ ଛୋଟ କୋଠରୀରେ ୫ ମୃତ

ନୂଆଦିଲ୍ଲୀ, ଜାନୁଆରୀ ୨୦ : ଏକ ଛୋଟ କୋଠରୀରେ ପତି-ପତ୍ନୀ ଓ ସେମାନଙ୍କର ୪ ଜଣ ରାତିରେ ଶୋଇଥିଲେ। ତା’ପରଦିନ ଅପରାହ୍ନରେ ପୋଲିସକୁ ସୂଚନା ମିଳିଥିଲା ଏକ କୋଠରୀ ଭିତରେ ମା’ ଓ ୩ ଜଣ ଶିଶୁଙ୍କର ମୃତଦେହ ପଡ଼ିଛି। ପୋଲିସ ପହଞ୍ଚିଲା ବେଳକୁ ଶିଶୁମାନଙ୍କର ବାପା ସବୁଠାରୁ ସାନପିଲାକୁ ହସ୍‌ପିଟାଲ ନେଇକି ଯାଇଛି। ଜିଟିବି ହସ୍‌ପିଟାଲରେ ପହଞ୍ଚିଲା ବେଳକୁ ସେଠାରେ ମଧ୍ୟ ଦେଖା ହୋଇପାରିଲା ନାହିଁ। ତଦନ୍ତରୁ ଜଣାପଡ଼ିଲା ଯେ, ହେଡଗେୱାର ହସ୍‌ପିଟାଲ ନିଆଯାଇଛି, ଯେଉଁଠାରେ କି ସାନପୁଅକୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଦେଇଛନ୍ତି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ, କୋଠରୀରେ କାର୍ବନ ମୋନୋ-ଅକ୍ସାଇଡ ହେବା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥାଇପାରେ। କିନ୍ତୁ ସେଠାରେ ପିତା ମଧ୍ୟ ଶୋଇଥିବାରୁ ପୋଲିସର ସନ୍ଦେହ ବଢ଼ିଯାଇଛି। ପୋଲିସ କହିବା ଅନୁସାରେ ପରିବାରର ମୁଖ୍ୟ ମୋହିତ ଓରଫ କାଳିଆ ପ୍ରାଥମିକ ତଦନ୍ତ ସମୟରେ କହିଛନ୍ତି, ରାତିରେ କୋଠରୀରେ ଜାଲେଣି ଜଳୁଥିଲା। ପତ୍ନୀ ରାଧା, ଝିଅ କୋମଳ, ରୋଶନୀ, ପୁଅ ନିତିନ ଓ ଆରବ ମଧ୍ୟ ଶୋଇଯାଇଥିଲେ। ସକାଳ ୧୧ଟା ୨୦ରେ ଉଠିଲା ବେଳକୁ ପତ୍ନୀ ଓ ପିଲାମାନେ ଅଚତେ ଥିଲେ। ୪ ବର୍ଷର ସାନପୁଅ ନିଃଶ୍ବାସ ନେଉଥିଲା। ତେଣୁ ତାକୁ ହସ୍ପିଟାଲ ନେଇଯାଇଥିଲି। କାଳିଆ ପୋଲିସକୁ କହିଛନ୍ତି ଯେ, ସେ ରାତିରେ ମଦପିଇ ଶୋଇଥିଲେ, ତେଣୁ କିଛି ମନେ ପଡୁନାହିଁ। ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଭିନ୍ନ ବାତାବରଣ ସୃଷ୍ଟି ହୋଇଛି। 

Leave A Reply

Your email address will not be published.