ଚୌଦ୍ୱାରରେ ଦୋକାନୀଙ୍କୁ ଗୁଳିମାଡ କରି ଲକ୍ଷାଧିକ ଟଙ୍କାର ସୁନା, ରୁପା ଲୁଟିଲେ ଦୁର୍ବତ୍ତ

ଚୌଦ୍ୱାର, ଜାନୁଆରୀ ୧୯ : ଚୌଦ୍ୱାର ଅଞ୍ଚଳରେ ଜଣେ ସୁନା ବ୍ୟବସାୟିଙ୍କୁ ଗୁଳି କରି ସୁନା ରୁପା ଲୁଟ କରିଛନ୍ତି ଦୁର୍ବୁତ୍ତ। ଦୁର୍ବୁତ୍ତମାନେ ଏକ ବୁଲେଟ୍‌ରେ ସୁନା ଦୋକାନର ମାଲିକ ଦେବେନ୍ଦ୍ର ମହାରଣାଙ୍କ ଉପରକୁ ଗୁଳିମାଡ କରି ଲୁଟ ପାଟ କରିଥିବା ଅଭିଯୋଗ ହୋଇଛି। ଦୁର୍ବତ୍ତମାନେ ମହାରଣାଙ୍କ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରିଥିବା ବେଳେ ଦେବେନ୍ଦ୍ରଙ୍କ ଦେହରେ ୩ଟି ଗୁଳି ବାଜିଥିବା ସୂଚନା ମିଳିଛି। ପରେ ତାଙ୍କୁ ଗୁରୁତ୍ତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଚୌଦ୍ୱାର ବାସିନ୍ଦା ଦେବେନ୍ଦ୍ରଙ୍କର ଗାନ୍ଧୀ ଛକରେ ସୁନା ଦୋକାନ କରିଛନ୍ତି। ଦେବେନ୍ଦ୍ର ଦୈନିକ ସୁନା ରୁପ ଧରି ଘରକୁ ଫେରନ୍ତି। ଗତକାଲି ପ୍ରାୟ ସାଢେ ନଅଟା ସମୟ ରେ ସେ ସ୍କୁଟିରେ ଘରକୁ ଫେରୁଥିବା ସମୟରେ ଚୌଦ୍ୱାର ଗ୍ରାମ ଗାର୍ଲସ ହାଇସ୍କୁଲ ନିକଟରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ତାଙ୍କୁ ସୁନା ରୁପା ଦେବାକୁ କହିଥିଲେ, ଦେବେନ୍ଦ୍ର ମନା କରିବାରୁ ଦୁର୍ବତ୍ତତାଙ୍କର ଦୁଇ ଗୋଡକୁ ଗୁଳିମାଡ କରି ସ୍କୁଟିରୁ ସୁନା, ଟଙ୍କା ଥିବା ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ। ସୂଚନା ମୁତାବକ ବ୍ୟାଗ୍‌ରେ ୧୦ ଭରିରୁ ଅଧିକ ଓଜନର ସୁନା ଅଳଙ୍କାର, ପାଖାପାଖି ୫ କିଲୋ ଚାନ୍ଦି ଅଳଙ୍କାର, ୧୫ ହଜାର ଟଙ୍କା ଥିଲା। ଘଟଣା ପରେ କଟକ ଡିସିପି ପ୍ରତିକ ସି ପହଁଞ୍ଚି ଥିଲେ। ଚୌଦ୍ୱାର ଥାନା ବିରଞ୍ଚି ନାରାୟଣ ପତି, ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ଏବେ ବିଭିନ୍ନ ସ୍ଥାନରେ ଚଢାଉ କରି ଦୁର୍ବତ୍ତମାନଙ୍କୁ ଧରିବାକୁ ଚେଷ୍ଟା କରୁଛି।

Leave A Reply

Your email address will not be published.