ବିଶେଷଜ୍ଞ କମିଟିର ଅନୁମୋଦନ: ଖୋଲା ବଜାରରେ ବିକ୍ରି ହେବ କୋଭିଶିଲ୍ଡ ଓ କୋଭାସ୍କିନ ଟିକା!

ନୂଆଦିଲ୍ଲୀ, ଜାନୁଆରୀ ୨୦ : କେନ୍ଦ୍ରୀୟ ଔଷଧୀ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସିଓ) ବିଷୟ ବିଶେଷଜ୍ଞ ସମିତି (ଏସ୍‌ଇସି) କୋଭିଡ ନିୟନ୍ତ୍ରଣକାରୀ କରୋନା ଟିକା ‘କୋଭିଶିଲ୍ଡ’ ଓ ‘କୋଭାସ୍କିନ’କୁ ଖୋଲା ବଜାରରେ ବିକ୍ରି ପାଇଁ ଅନୁମୋଦନ କରିଛନ୍ତି। ଏହାର ଅର୍ଥ ଟିକାକୁ ବିନା କୌଣସି ସର୍ତ୍ତରେ ବ୍ୟବହାର କରାଯାଇ ପାରିବ। ବର୍ତ୍ତମାନ ଦେଶରେ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର କରାଯାଉଛି।  ସିଡିଏସ୍‌ସିଓ କୋଭିଡ-୧୯ ଉପରେ ଗଠିତ ବିଷୟ ବିଶେଷଜ୍ଞ ସମିତି ବୁଧବାର ଦ୍ବିତୀୟ ଥର ସେରମ ପ୍ରତିଷ୍ଠାନ ଓ ଭାରତ ବାୟୋଟେକ୍‌ର ଆବେଦନ ଉପରେ ସମୀକ୍ଷା କରିଛନ୍ତି। କିଛି ସର୍ତ୍ତ ସହିତ କୋଭିଶିଲ୍ଡ ଓ କୋଭାସ୍କିନକୁ ବଜାରରେ ବିକ୍ରି କରିବା ପାଇଁ ଅନୁମୋଦନ ଦେଇଛନ୍ତି। ଏବେ ଭାରତର ଔଷଧୀ ମହାନିୟନ୍ତ୍ରକ (ଡିସିଜିଆଇ) ଅନୁମୋଦନର ମୂଲ୍ୟାଙ୍କନ କରିବା ସହିତ ନିଜର ନିଷ୍ପତ୍ତି ନେବେ। ଯଦି ଡିସିଜିଆଇ ନିଷ୍ପତ୍ତି କଂପାନୀ ସପକ୍ଷରେ ଯାଏ, ତାହେଲେ ସବୁଠାରୁ ବଡ଼ ପ୍ରଶ୍ନ ହେବ ଯେ, ଟିକାକୁ ବଜାରରେ‌ କେମିତି ବିକ୍ରି କରାଯିବ। ଏକ ବିଶ୍ବସ୍ତ ସୂତ୍ର ଅନୁସାରେ କୋ-ୱିନ୍‌ରେ ପଂଜିକରଣ କରାଯିବା ପରେ କ୍ଲିନିକାଲ ଏବଂ ହସ୍‌ପିଟାଲରେ ସହଜରେ ଟିକା ଉପଲବ୍ଧ ହୋଇପାରିବ। ଟିକା ବିକିବା ସମୟରେ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ କୋ-ୱିନ୍‌ ୱେବସାଇଟ୍‌ରେ ପୂରା ବିବରଣୀ ପ୍ରଦାନ କରିବାକୁ ପଡ଼ିବ। 

Leave A Reply

Your email address will not be published.