ସୀମାରୁ ଭାରତୀୟ ନାବାଳକଙ୍କୁ ଅପହରଣ କଲା ଚୀନ ସେନା

ନୂଆଦିଲ୍ଲୀ, ଜାନୁଆରୀ ୨୦ : ଅରୁଣାଚଳ ପ୍ରଦେଶରେ କଥିତ ଭାବେ ଚୀନ ସେନା ପିଏଲଏ ଜଣେ ୧୭ ବର୍ଷୀୟ ନାବାଳକକୁ ଅପହରଣ କରିନେଇଛି। ଅରୁଣାଚଳ ପ୍ରଦେଶର ଲୋକସଭା ସାଂସଦ ତପୀର ଗାଓ ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ୧୭ ବର୍ଷୀୟ ମିରାମ ତାରୋନଙ୍କୁ ଚୀନ ସେନା ମଙ୍ଗଳବାର ଭାରତୀୟ ଅଞ୍ଚଳରୁ ବଳପୂର୍ବକ ନେଇଯାଇ ବନ୍ଦୀ କରି ରଖିଛି।  ସାଂସଦ ଶ୍ରୀ ଗାଓ କହିଛନ୍ତି, ଜିନ୍ଦୋ ଗାଁ ନିବାସୀ ନାବାଳକ ମିରାମ ତାରୋନଙ୍କୁ ଅପହରଣ କରି ଚୀନ ସୈନିକମାନେ ବନ୍ଧକ ରଖିଛନ୍ତି। ଏହା ଗତ ୧୮ ତାରିଖର ଘଟଣା। ତେବେ ଏବାବଦରେ ଅବଗତ ହେବା ପରେ ସାଂସଦ କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି। ସାଂସଦ ଏବାବଦରେ କହିଛନ୍ତି ଯେ, ଗତ ୧୮ ତାରିଖ ଦିନ ଅରୁଣାଚଳ ପ୍ରଦେଶର ଉପର ସିୟାଙ୍ଗ ଜିଲ୍ଲାରେ ସିୟୁଙ୍ଗଲା ଅଞ୍ଚଳରୁ ଭାରତୀୟ ସୀମା ଭିତରେ ପ୍ରବେଶ କରି ନାବାଳକଙ୍କୁ ଅପହରଣ କରିନେଇଛନ୍ତି। 

Leave A Reply

Your email address will not be published.