ଟି-୨୦ ବିଶ୍ବକପ୍‌-୨୦୨୨ର କ୍ରୀଡ଼ାସୂଚୀ ଜାରି: ପୁଣି ଭାରତ ଓ ପାକିସ୍ତାନ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ, ଜାନୁଆରୀ ୨୧ : ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଟି-୨୦ ବିଶ୍ବକପ୍‌-୨୦୨୨ର କ୍ରୀଡ଼ାସୂଚୀ ଜାରି ହୋଇଛି। ଅଷ୍ଟ୍ରେଲିଆ ବର୍ତ୍ତମାନ ପରିପ୍ରେକ୍ଷୀରେ ଟି-୨୦ ବିଶ୍ବକପ୍‌ରେ ଚମ୍ପିଅନ୍‌ ଅଛି। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆରେ ଆଗାମୀ ଟି-୨୦ ବିଶ୍ବକପ୍‌ର ଆୟୋଜନ ହେବାକୁ ଯାଉଛି। ବିଶ୍ବର ଏହି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।    ଆଇସିସି ଦ୍ବାରା ଶୁକ୍ରବାର ସକାଳୁ ନୂଆ କ୍ରୀଡ଼ାସୂଚୀ ଜାରି କରାଯାଇଛି। ଟି-୨୦ ବିଶ୍ବକପ୍‌ର ଆରମ୍ଭ ଅକ୍ଟୋବର ୧୬ରୁ ହେବ। ଅକ୍ଟୋବର ୨୨ ତାରିଖ ଠାରୁ ସୁପର-୧୨ ରାଉଣ୍ଡ ଖେଳାଯିବ, ଯେଉଁଥିରେ କି ଅଷ୍ଟ୍ରେଲିଆକୁ ନ୍ୟୁଜିଲାଣ୍ଡ ମୁକାବିଲା କରିବ। ଅକ୍ଟୋବର ୨୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। 

Leave A Reply

Your email address will not be published.