ସୋମନାଥ ମନ୍ଦିର ନିକଟରେ ଆଜି ନୂଆ ସର୍କିଟ ହାଉସ୍‌ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ଜାନୁଆରୀ ୨୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଅନ୍ୟତମ ପ୍ରସିଦ୍ଧ ଧାର୍ମିକ ସ୍ଥଳୀ ତଥା ପର୍ଯ୍ୟଟନ କ୍ଷେତ୍ର ’ଗୁଜରାଟର ସୋମନାଥ’ ମନ୍ଦିର ନିକଟରେ ନିର୍ମିତ ନବନିର୍ମିତ ସର୍କିଟ ହାଉସ୍‌କୁ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ନ ୧୧ଟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନୂଆ ସର୍କିଟ ହାଉସ୍‌କୁ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଟୁଇଟ୍‌ କରି ସୂଚନା ଦେଇଥିଲେ ଯେ, ଆସନ୍ତାକାଲି ଦିନ ୧୧ଟାରେ ସୋମନାଥରେ ନୂଆ ସର୍କିଟ ହାଉସର ଉଦ୍‌ଘାଟନ ହେବ। ଏହା ମନ୍ଦିର ନିକଟରେ ନିର୍ମାଣ ହୋଇଛି ଏବଂ ତୀର୍ଥଯାତ୍ରୀଙ୍କୁ ଏଥିରୁ ଲାଭ ମିଳିବ। ସୂଚନାଯୋଗ୍ୟ, ସୋମାନାଥ ମନ୍ଦିରକୁ ବୁଲିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି। ଏମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୦ କୋଟି ଟଙ୍କା ବ୍ୟୟରେ ନୂଆ ସର୍କିଟ ହାଉସ୍‌ର ନିର୍ମାଣ କରାଯାଇଛି। 

Leave A Reply

Your email address will not be published.