ପ୍ରାର୍ଥୀଙ୍କ ହାତରେ ରହିଲା ଗୋଟିଏ ଦିନ

ଭୁବନେଶ୍ୱର ,ଜାନୁଆରୀ 21 : ଆଜି ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ। ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୩୩ ହଜାର ୫୮୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି ମଧ୍ୟ ଏକାଧିକ ପ୍ରାର୍ଥୀପତ୍ର ଦାଖଲ ହେବ ବୋଲି ଆଶା କରାଯାଉଛି । ଯାହାଫଳରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ ଏବଂ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ଜମିବ । ଗତକାଲି ମଧ୍ୟ ଅନେକ ଭିଡ଼ ଜମିଥିଲା ତେଣୁ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ନିର୍ବାଚନ ଆୟୋଗ ମଧ୍ୟ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଭିଡ଼କୁ ନିୟନ୍ତ୍ରଣ କରିବା ସହ ଶାନ୍ତି ଶୃଙ୍ଖଳାରେ ଏହାକୁ ସାରିବାକୁ । ତେବେ ଚଳିତ ବର୍ଷ ଏକାଧିକ ଯୁବପ୍ରାର୍ଥୀ ସାମ୍ନାକୁ ଆସିଛନ୍ତି । ସମାଜର ବିକାଶ ତଥା ସାଧାରଣ ଲୋକଙ୍କ ଉନ୍ନତି କରିବା ପାଇଁ ଆଶା କରି ଆଗକୁ ବଢିଚାଲିଛନ୍ତି । ଶିକ୍ଷିତ ହୋଇଥିବାରୁ ଏକ ସୁସ୍ଥ ସମାଜ ଗଢିବାରେ ସକ୍ଷମ ଥିବା ମତ ପ୍ରକାଶ କରିଛନ୍ତି । ସୁଚନା ଅନୁସାରେ ପୁର୍ବରୁ ଜାରୀ ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ପ୍ରଚାର ପ୍ରସାରରେ ପ୍ରାର୍ଥୀଙ୍କ ସହ ଅନ୍ୟୁନ ୫ ଜଣ ଯାଇପାରିବେ । କେବଳ ଏତିକି ନୁହେଁ କୌଣସି ଦଳର ଫଳକ ମଧ୍ୟ ନଲଗାଇବାକୁ କୁହାଯାଇଛି । ହେଲେ ଏହାକୁ ଉଲ୍ଲଂଘନ କରାଯାଉଥିବା ଘଟଣା ତଥା ଭିଡ଼ିଓ ସାମ୍ନାକୁ ଆସୁଛି । ଏପରିକି ଏହାକୁ ନେଇ ରାଜନୈତିକ ଉଷ୍ମତା ମଧ୍ୟ ବଢିବାରେ ଲାଗିଛି ।  

Leave A Reply

Your email address will not be published.