ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ କୋଟି ଟପିଲା

ୱାଶିଂଟନ୍‌/ବ୍ରିଟେନ୍‌, ଜାନୁଆରୀ ୨୧ : ଗୋଟିଏ ଦିନରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମହାମାରୀ ବିଶ୍ବରେ କାୟା ବିସ୍ତାର କରିଛି। ଆମେରିକାରେ ଗୋଟିଏ ଦିନରେ ୫ ଲକ୍ଷ ୯୮ ହଜାର ୪୨୦ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ପରେ ସଂଖ୍ୟା ୭ କୋଟି ଅତିକ୍ରମ କରିଛି। ଦିନକରେ ୧ ଲକ୍ଷ ୧୫ ହଜାର ୫୯୫ ଜଣ ସୁସ୍ଥ ହୋଇଥିଲା ବେଳେ ୨୪୨୨ ଜଣଙ୍କର ମୃତ୍ୟୁ ହୋଇଛି।  ଆମେରିକାରେ ଏଯାଏଁ ୭ କୋଟି ୪ ଲକ୍ଷ ୨୨ ହଜାର ୯୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୪୦ ଲକ୍ଷ ୭ ହଜାର ୮୭୨ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୮୩ ହଜାର ୬୨୫ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୨ କୋଟି ୫୫ ଲକ୍ଷ ୩୧ ହଜାର ୪୪୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୨୬ ହଜାର ୩୨୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧  ଲକ୍ଷ ୭ ହଜାର ୩୬୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧ ଲକ୍ଷ ୫୩ ହଜାର ୨୦୨ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୩୩୦ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ବିସ୍ଫୋରକ ରୂପ ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪ ଲକ୍ଷ ୨୫ ହଜାର ୧୮୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଇଟାଲିରେ ୧ ଲକ୍ଷ ୮୮ ହଜାର ୭୯୩ ଓ ଆର୍ଜେଣ୍ଟିନାରେ ୧ ଲକ୍ଷ ୨୯ ହଜାର ୭୦୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।   

Leave A Reply

Your email address will not be published.