ଶ୍ରୀଲଙ୍କାର ଆର୍ଥିକ ବ୍ୟବସ୍ଥା ସୁଧାରିବାରେ ଭାରତର ବଡ଼ ଭୂମିକା ରହୁଛି

ନୂଆଦିଲ୍ଲୀ, ଜାନୁଆରୀ ୨୧ : ଶ୍ରୀଲଙ୍କାର ଅର୍ଥନୀତି ବିକାଶରେ ଭାରତର ବଡ଼ ଭୂମିକା ରହୁଛି। ଏହାକୁ ନେଇ ଭାରତରେ ଶ୍ରୀଲଙ୍କାର ଉଚ୍ଚାୟୁକ୍ତ ମିଲିନ୍ଦା ମୋରାଗୋଡା ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ବିଶ୍ବାସ ବଢ଼ିଛି। ଶ୍ରୀଲଙ୍କାରେ ଚୀନର ବଢୁଥିବା ପ୍ରଭାବକୁ ନେଇ ମଧ୍ୟ ଭାରତର ଚିନ୍ତା ଶେଷ ହେବ।  ମଙ୍ଗଳବାର ଶ୍ରୀଲଙ୍କାକୁ ଭାରତ ୫୦ କୋଟି ଡଲାର ରାଶି ସହଯୋଗ କରିଛି, ଯେଉଁଥିରେ କି ପ୍ରେଟ୍ରୋଲିୟମ ଉତ୍ପାଦ କିଣାଯାଇପାରିବ। ମିଲିନ୍ଦା ମୋରାଗୋଡା କହିଛନ୍ତି ଯେ, ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶ୍ରୀଲଙ୍କାର ଅର୍ଥବ୍ୟବସ୍ଥାରେ ସଂଶୋଧନ ଆଣିବା ପାଇଁ ଉଦ୍ୟମ କରୁଛନ୍ତି ଏବଂ ଏଥିରେ ଭାରତର ବଡ଼ ଭୂମିକା ରହୁଛି।  ଜାତୀୟ ଗଣମାଧ୍ୟମର ପ୍ରତିନିଧିଙ୍କୁ ମୋରାଗୋଡ଼ା କହିଛନ୍ତି ଯେ, ଜରୁରୀକାଳୀନ ବିଭାଗ ଯେମିତି ବିଦ୍ୟୁତକୁ ନେଇ ଭାରତ ସବୁବେଳେ ଶ୍ରୀଲଙ୍କାକୁ ସହଯୋଗ କରୁଛି। ଏହାରି ଉପରେ ପୁଣି ଥରେ ଆମ କାମ ଆରମ୍ଭ କରିବା ପରେ ଅନ୍ୟ ଚିନ୍ତା ରହିବ ନାହିଁ। ଆମେ ଯୋଜନା ସହିତ ଆଗକୁ ବଢ଼ିବୁ। ନିଜର ଲକ୍ଷ୍ୟ ଦିଗରେ ଅଗ୍ରସର ହେଲେ ବାକି ସମସ୍ୟା ସୁଧୁରିଯିବ।

Leave A Reply

Your email address will not be published.