ଦିନକରେ ୩୪.୧୨ ଲକ୍ଷ ପଜିଟିଭ୍‌, ସୁସ୍ଥ ହେଲେ ୩୦.୪୫ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ, ଜାନୁଆରୀ ୨୧ : କରୋନା ସଂକ୍ରମଣ ଅଧିକ ଉଗ୍ରରୂପ ନେଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୪ ଲକ୍ଷ ୧୨ ହଜାର ୬୯୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୩୦ ଲକ୍ଷ ୪୫ ହଜାର ୪୬୩ ଜଣ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ୮୭୪୨ ଜଣଙ୍କର ମୃତ୍ୟୁ ହୋଇଛି। ଭାରତ ସମେତ ଆମେରିକା, ବ୍ରାଜିଲ, ବ୍ରିଟେନ୍‌, ଫ୍ରାନ୍ସ, ସ୍ପେନ, ଜର୍ମାନୀ, ଆର୍ଜେଣ୍ଟିନା ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ  ୩୪କୋଟି ୨୭ ଲକ୍ଷ ୫୪ ହଜାର ୫୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ସଂକ୍ରମଣରୁ ୨୭ କୋଟି ୬୨ ଲକ୍ଷ ୪୮ ହଜାର ୫୫୧ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନାରେ ୫୫ ଲକ୍ଷ ୯୨ ହଜାର ୪୫୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ କୋଟି ୯ ଲକ୍ଷ ୧୩ ହଜାର ୫୭୯ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୫ ହଜାର ୯୫୭ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

Leave A Reply

Your email address will not be published.