ଶେଷ ଦିନିକିଆରେ ବଡ ପରିବର୍ତ୍ତନ କରିବ ଟିମ୍ ଇଣ୍ଡିଆ !

ନୂଆଦିଲ୍ଲୀ,୨୨/୦୧: ଦ୍ୱିତୀୟ ଦିନିକିଆରେ ପରାସ୍ତ ହୋଇଛି ଭାରତ । ମ୍ୟାଚ୍ ହାରିବା ସହ ସିରିଜ୍ ମଧ୍ୟ ଜିତିଛି । ଟେଷ୍ଟ୍ ପରେ ଦିନିକିଆ ସିରିଜ ହାତେଇଛି ଦକ୍ଷିଣ ଆଫ୍ରିକା । ସିରିଜ୍ ହାରିବା ପରେ ଶେଷ ଦିନିକିଆ ଭାରତ ପାଇଁ ସମ୍ମାନର ମୁକାବିଲା ହେବ । ତେବେ ଏହି ମୁକାବିଲାରେ ଦଳରେ ପରିବର୍ତ୍ତନ ହେବ ନା ନାହିଁ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ କେଏଲ ରାହୁଲ । ଅଧିନାୟକ କେଏଲ ରାହୁଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେମାନେ ଦେଶରେ ଭଲ ଖେଳୁଛନ୍ତି । କିନ୍ତୁ ବାହାରେ ବାରମ୍ବାର ଭୁଲ୍ ହେଉଛି । ଜିତିଥିଲେ ବହୁତ ଗର୍ବ ଅନୁଭବ ହୋଇଥାନ୍ତା । ଏବେ ସବୁ ଭୁଲି ଆଗକୁ ବଢିବାକୁ ହେବ । ଭଲ ଖେଳିବାକୁ ପଡିବ । ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ମଧ୍ୟକ୍ରମ ବ୍ୟାଟସମ୍ୟାନ୍ ଲଗାତର ଫେଲ୍ ହେଉଛନ୍ତି । ବୋଲିଂରେ ବି ଆଉ କିଛି ଭଲ ହୋଇପାରିଥାନ୍ତା । ଭୁଲରୁ ଶିଖିବାକୁ ହେବ । ଦକ୍ଷିଣ ଆଫ୍ରିକା ସହଜରେ ୨୮୦ ରନର ପିଛା କରି ବିଜୟ ଲାଭ କରିନେଲା । ଏଥିପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ଶ୍ରେୟର ହକଦାର । ବୁମରାହଙ୍କ ପ୍ରଶଂସା କରି ରାହୁଲ କହିଛନ୍ତି ଯେ, ଜସପ୍ରିତ ଭଲ ବୋଲିଂ କରିଥିଲେ । ବାୟୋ ବବଲରେ ରହି ସୁଦ୍ଧା ସେ ଭଲ ପ୍ରଦର୍ଶନ କରିଥିଲେ । ସେମାନେ ପ୍ରଥମ ଦୁଇଟି ମ୍ୟାଚରେ ହାରିଛନ୍ତି । ଶେଷ ମ୍ୟାଚରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିବେ । ଦଳରେ କିଛି ପରିବର୍ତ୍ତନ ହେବ ନା ନାହିଁ ତାହା ଏବେଠୁ କହିବା ସହଜ ନୁହେଁ ବୋଲି ରାହୁଲ କହିଛନ୍ତି ।

Leave A Reply

Your email address will not be published.