ଉତ୍ତରାଖଣ୍ଡ ନିର୍ବାଚନ: କଂଗ୍ରେସର ୫୩ ଜଣିଆ ପ୍ରାର୍ଥୀ ତାଲିକା ଜାରି

ଡେରାଡୁନ୍‌, ଜାନୁଆରୀ ୨୩ : ଉତ୍ତରାଖଣ୍ଡ ନିର୍ବାଚନ ଲାଗି କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ତାଲିକାରେ ପାର୍ଟି ତରଫରୁ ୫୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ପାର୍ଟି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ବିରୋଧରେ ଭୁବନ ଚନ୍ଦ୍ର କପରୀଙ୍କୁ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ କରାଇଛି। ବିଜେପିରୁ କଂଗ୍ରେସ ଫେରିଥିବା ୟଶପାଳ ଆର୍ଯ୍ୟଙ୍କୁ ବାଜପୁରରୁ ଟିକେଟ ଦିଆଯାଇଛି। ଯମୁନେତ୍ରୀରୁ ପାର୍ଟି ଦୀପକ ବିଜୱାନଙ୍କୁ ପ୍ରାର୍ଥୀ କରାଇଛି। ସେହିପରି ପିଥୋରାଗଡ଼ରୁ ଏଥର ମୟୁଖ ମହରଙ୍କୁ ପ୍ରାର୍ଥୀ ଘୋ‌ଷଣା କରାଯାଇଛି। ରାୟପୁର କଥା ଯଦି କହିବା ଏଠାରେ ହୀରା ବିଷ୍ଟ ପ୍ରାର୍ଥୀ ହୋଇଛନ୍ତି। କେଦାରନାଥରୁ ମନୋଜ ରାଓତକୁ ସୁଯୋଗ ମିଳିଛି। କଂଗ୍ରେସ ଅନ୍ୟ ୧୫ଟି ଆସନରେ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିପାରିନାହିଁ। ଏହି ତାଲିକାରେ ଲାଲକୁଆଁ, କାଳଢୁଙ୍ଗୀ, ଚୌବଟ୍ଟଖାଳ, ରାମନଗର, ଡୋଇୱାଲା ଭଳି ଆସନ ସାମିଲ ରହିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯେଉଁ ସିଟ୍‌ ଗୁଡ଼ିକରେ ବିବାଦ ଚାଲିଛି ସେଠାରେ ବରିଷ୍ଠ କଂଗ୍ରେସ ନେତା ହରିଶ ରାଓତ ଓ ପ୍ରୀତମ ସିଂହ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇବାକୁ ଚାହୁଁଛନ୍ତି। ଏହି କାରଣରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରି ନାହିଁ।  

Leave A Reply

Your email address will not be published.