ଦେଶରେ ଗତ ୨୪ ଘଣ୍ଟାରେ ୩.୩୩ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ୫୨୫ ମୃତ

ନୂଆଦିଲ୍ଲୀ, ଜାନୁଆରୀ ୨୩ : ତୃତୀୟ ଲହରରେ ଦେଶରେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ତିନି ଲକ୍ଷ ଉପରେ ରହୁଛି । ଦିନେ ସଂକ୍ରମଣ ହ୍ରାସ ପାଉଛି ତ ଦିନେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୩ ହଜାର ୫୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୫୨୫ ଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଦେଶରେ ୨୧ ଲକ୍ଷ ୮୭ ହଜାର ୨୦୫ ସକ୍ରିୟ ସଂକ୍ରମିତ ରହିଛନ୍ତି । ଭାରତରେ ଦୈନିକ ସଂକ୍ରମଣ ହାର ଏବେ ୧୭.୭୮% ରହିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୮ ହଜାର ୨୧୮ ରେ ପହଁଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୯ ହଜାର ୧୬୮ ଜଣ ସୁସ୍ଥ ହୋଇଛନ୍ତି । ଏହା କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୩,୬୩,୦୧,୪୮୨ରେ ପହଁଞ୍ଚିଛି ।  ତେବେ ସମଗ୍ର ଦେଶର କେରୋନା ଟିକା କରଣ ୧୬୧.୯୨ କୋଟି ଡୋଜ୍ ପାର କରିଛି । ସମଗ୍ର ଦେଶରେ ଗତ ୨୪ ଘଣ୍ଟାରେ ୧୮ ଲକ୍ଷ ୭୫ ହଜାର ୫୩୩ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ଏବେ ୧୬.୮୭% ରହିଛି ।

Leave A Reply

Your email address will not be published.