ରୁଷିଆ ରାଷ୍ଟ୍ରପତି ପୁତିନଙ୍କୁ ପ୍ରଶଂସା କରିବା ମହଙ୍ଗା ପଡ଼ିଲା, ଇସ୍ତଫା ଦେଲେ ଜର୍ମାନୀ ନୌସେନା ମୁଖ୍ୟ

ବର୍ଲିଲ, ଜାନୁଆରୀ ୨୩ : ନୂଆଦିଲ୍ଲୀରେ ଶୁକ୍ରବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦମୀର ପୁତିନଙ୍କ ପ୍ରଶଂସା କରିବା ଜର୍ମାନୀର ନୌସେନା ମୁଖ୍ୟ ଅଚିମ ଶାନ‌ବ୍ୟାକ୍‌ଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ପ୍ରଶଂସା ପରେ ଚାରିଆଡୁ ଚାପ ପ୍ରୟୋଗ ହେବାରୁ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ସେ ଶନିବାର ବିଳମ୍ବିତ ରାତିରେ ସୌସେନା ପ୍ରମୁଖ ପଦରୁ ଇସ୍ତଫା ଦେଇଛନ୍ତି।  ସୂଚନାଯୋଗ୍ୟ, ଶୁକ୍ରବାର ନୂଆଦିଲ୍ଲୀରେ ଏକ ଥିଙ୍କ ଟ୍ୟାକ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜର୍ମାନୀର ନୌସେନା ମୁଖ୍ୟ କେ ଅଚିମ ଶାନ‌ବ୍ୟାକ୍‌ ସାମିଲ ହୋଇଥିଲେ। ସେ କାର୍ଯ୍ୟକ୍ରମ ସମୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କୁ ପ୍ରଶଂସା କରିଦେଇଥିଲେ। ଏହି ପ୍ରଶଂସାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ତାଙ୍କୁ ପଦ ଛାଡ଼ିବା ପାଇଁ ବିଭିନ୍ନ ମହଲରୁ ଚାପ ପ୍ରୟୋଗ କରାଯାଇଥିଲା। ଶାନ‌ବ୍ୟାକ୍‌ ୟୁକ୍ରେନ୍‌ ସଂକଟ ମଧ୍ୟରେ ରୁଷି୍ରା ରାଷ୍ଟ୍ରପତି ପୁତିନଙ୍କ ସହିତ ସଂପର୍କ ରଖିବାକୁ ଅନୁରୋଧ କରିଥିଲେ। 

Leave A Reply

Your email address will not be published.