୨୪ ଘଣ୍ଟାରେ କରୋନା: ଆମେରିକାରେ ୩.୧୦

ୱାଶିଂଟନ୍‌/ବ୍ରିଟେନ୍‌, ଜାନୁଆରୀ ୨୩ : କରୋନା ଭାଇରସ୍‌ ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବବ୍ୟାପୀ ସାମାନ୍ୟ ହ୍ରାସ ପାଇଛି। ଆମେରିକାରେ ଗୋଟିଏ ଦିନରେ ୩ ଲକ୍ଷ ୧୦ ହଜାର ୨୮୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୫୪ ହଜାର ୪୪୪ ଜଣ ସୁସ୍ଥ ହୋଇଥିଲା ବେଳେ ୮୩୫ ଜଣଙ୍କର ମୃତ୍ୟୁ ହୋଇଛି।   ଆମେରିକାରେ ଏଯାଏଁ ୭ କୋଟି ୧୭ ଲକ୍ଷ ୨୬ ହଜାର ୫୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୪୩ ଲକ୍ଷ ୨୬ ହଜାର ୮୭୮ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୮୮ ହଜାର ୬୧୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୨ କୋଟି ୬୫ଲକ୍ଷ ୧୧ ହଜାର ୩୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୨୬ ହଜାର ୮ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୭୬ ହଜାର ୮୦୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୯୭ ହଜାର ୨୯୧ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୨୯୭ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ବିସ୍ଫୋରକ ରୂପ ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩ ଲକ୍ଷ ୮୯ ହଜାର ୩୨୦ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଇଟାଲିରେ ୧ ଲକ୍ଷ ୭୧ ହଜାର ୨୬୩ ଓ ଆର୍ଜେଣ୍ଟିନାରେ ୧ ଲକ୍ଷ ୧୯ ହଜାର ୧୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.