ଇନ୍ଦୋରରେ ୬ ଶିଶୁ ସମେତ ୧୨ ଜଣଙ୍କ ଠାରେ ‘ଓମିକ୍ରନ୍‌’ର ନୂଆ ଭାରିଆଣ୍ଟ ଚିହ୍ନଟ, ଫୁସ୍‌ଫୁସ୍‌କୁ କରୁଛି ସଂକ୍ରମିତ

ଇନ୍ଦୋର, ଜାନୁଆରୀ ୨୫ : ମଧ୍ୟପ୍ରଦେଶର ଇନ୍ଦୋରରେ ଓମିକ୍ରନ୍‌ ସହିତ ଏହାର ସବ୍‌ ଭାରିଆଣ୍ଟ BA.1 ଏବଂ BA.2 ମାମଲା ସାମ୍ନାକୁ ଆସିଛି। ସହରରେ ଓମିକ୍ରନ୍‌ର ସବ୍‌ ଭାରିଆଣ୍ଟ BA.1 ଏବଂ BA.2 ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ୬ ଜଣ ଶିଶୁ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। BA.2 ଷ୍ଟେନ୍‌ ଦ୍ରୁତଗତିରେ ବ୍ୟାପୁଛି। ଏହି ସଂକ୍ରମଣ ଫୁସ୍‌ଫୁସ୍‌କୁ ଅଧିକ ସଂକ୍ରମିତ କରିଥାଏ। ନୂଆ ଚିହ୍ନଟ ରୋଗୀଙ୍କ ଫୁସ୍‌ଫୁସ୍‌ ୫ରୁ ୪୦ ପ୍ରତିଶତ ସଂକ୍ରମିତ ମିଳିଛି। ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ BA.2 ସଂକ୍ରମଣ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି।  କରୋନା ଭାଇରସ ଏବଂ ଓମିକ୍ରନ୍‌ ଠାରୁ ଭିନ୍ନ ଏହି ଭାରିଆଣ୍ଟ ଭିନ୍ନ। କାରଣ ଏହି ଭାରିଆଣ୍ଟ ଫୁସ୍‌ଫୁସ୍‌ ଉପରେ ଅଧିକ ପ୍ରଭାବ ପକାଇଥାଏ। ଏହି ଷ୍ଟ୍ରେନ୍‌କୁ BA.2 କୁହାଯାଉଛି, ଯାହାକି ୪୦ଟି ଦେଶରେ ଚିହ୍ନଟ ହୋଇଛି। ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଯୋଗୁଁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ, ଏଥିରୁ ୬ ଜଣ ଶିଶୁ ଅଛନ୍ତି। ଫଳରେ ସରକାର ଓ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିବାରେ ଲାଗିଛି। 

Leave A Reply

Your email address will not be published.