ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣ ପାଇବେ ପୋଲିସ୍ ମେଡାଲ

ନୂଆଦିଲ୍ଲୀ, ଜାନୁଆରୀ ୨୫ : ଆସନ୍ତାକାଲି ପୁରା ଦେଶରେ ପାଳନ ହେବ ସାଧାରଣତନ୍ତ୍ର ଦିବସ । ଯାହାକୁ ନେଇ ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ତେବେ ଏହି ଅବସରରେ ୯୩୯ ଜଣ ପୋଲିସ୍ ଅଧିକାରୀଙ୍କୁ ପୁରସ୍କୃତ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ କରାଯାଇଛି । ଏମାନଙ୍କ ମଧ୍ୟରେ ଓଡ଼଼ିଶାର ୨୨ଜଣ ପୋଲିସ୍ କର୍ମଚାରୀ ମଧ୍ୟ ରହିଛନ୍ତି । ତିନୋଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ । ଉକୃଷ୍ଟ ସେବା ପାଇଁ ୬୬୨ ଜଣ, ଉଲ୍ଲେଖନୀୟ ସେବା ପାଇଁ ୮୮ ଜଣ ଏବଂ ସାହସିକତା ପାଇଁ ୧୮୯ ପୋଲିସ୍ କର୍ମଚାରୀଙ୍କୁ ମନୋନୀତ କରାଯାଇଛି ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣତନ୍ତ୍ର ଦିବସ ଅବସରରେ ପୁରସ୍କୃତ ହେବାକୁ ଥିବା ଓଡ଼ିଶାର ୨୨ ଜଣ ପୋଲିସ୍ କର୍ମଚାରୀଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉକୃଷ୍ଟ ସେବା, ୯ ଜଣଙ୍କୁ ସାହସିକତା ପାଇଁ ଓ ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ମନୋନୟନ କରାଯାଇଛି ।

Leave A Reply

Your email address will not be published.