ପଞ୍ଚାୟତ ନିର୍ବାଚନ: ଆଜି ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର, ଜାନୁଆରୀ ୨୫ : ରାଜ୍ୟରେ ସରଗରମ ପଞ୍ଚାୟତ ନିର୍ବାଚନ ମାହୋଲ। ୫ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଆଜି ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ରହିଛି । ଏହାପରେ ଆଜି ସଂଧ୍ୟାରେ ସ୍ପଷ୍ଟ ହେବାକୁ ଯାଉଛି ଯେ ପ୍ରକୃତରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରଣାଙ୍ଗନରେ କେତେ ପ୍ରାର୍ଥୀ ଓ ପ୍ରାର୍ଥୀନୀ ରହିବେ। ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ôଥପତ୍ର କାଏମ୍ ରହିଛି। ତେବେ ପ୍ରାର୍ଥୀପତ୍ର ଯାଞ୍ଚବେଳେ ୮ ହଜାର ୬ ଶହ ୪୮ ଜଣଙ୍କ ନାମାଙ୍କନ ପତ୍ର ନାକଜ ହୋଇଛି। ସରପଞ୍ଚ ପଦବୀ ପାଇଁ ୩୨ ହଜାର ୮୬୦ ଜଣଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଥିବାବେଳେ ୱାର୍ଡ ସଭ୍ୟ ପଦବୀ ପାଇଁ ୧ ଲକ୍ଷ ୫୬ ହଜାର ୭୫୩ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି। ସେହିପରି ୨୭ ହଜାର ୩୪ ଜଣ ପଞ୍ଚାୟତ ସମିତି ସଦସ୍ୟ ପଦବୀ ପାଇଁ ଏବଂ ଜିଲ୍ଲା ପରିଷଦ ପଦବୀ ପାଇଁ ୩ ହଜାର ୭ଶହ ୬୭ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ୍ ରହିଛି। ଅନ୍ୟପକ୍ଷରେ ନାକଚ ହୋଇଥିବା ୮୬୪୮ ପ୍ରାର୍ଥୀପତ୍ର ମଧ୍ୟରୁ ୧୭୫୩ ସରପଞ୍ଚ, ୧୧୧୯ ସମିତି ସଦସ୍ୟ ଏବଂ ୨୩୨ ଜିଲ୍ଲା ପରିଷଦ ପ୍ରାର୍ଥୀପତ୍ର ରହିଛି।

Leave A Reply

Your email address will not be published.