ତପସ୍ୱିନୀଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ବ୍ରହ୍ମପୁର, ଜାନୁଆରୀ ୨୫ : ବହୁ ଚର୍ଚ୍ଚିତ ବ୍ରହ୍ମପୁର ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା । ତପସ୍ୱିନୀଙ୍କୁ ପକ୍ଷ ରଖବାକୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଡାକ୍ତର ସୁମିତଙ୍କ ଘରକୁ କିଛି ମହିଳା ଧସେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି ହେବ । ପିଟିସନରେ ତପସ୍ୱନୀ ଓ ତାଙ୍କ ବାପା ପକ୍ଷଭୁକ୍ତ ହୋଇନଥିବା କୋର୍ଟ ଦଶାଇଛନ୍ତି । ତେବେ ଉଭୟ ତପସ୍ୱିନୀ ଓ ତାଙ୍କ ବାପା ପକ୍ଷଭୁକ୍ତ କରି ହାଇକୋର୍ଟଙ୍କର ନୋଟିସ୍ ମାମଲାରେ ପରବର୍ତ୍ତୀ ଶୁଣାଣି ପାଇଁ ଫେବୃୟାରୀ ୮ ତାରିଖକୁ ଦିନ ଧାର୍ଯ କରାଯାଇଛି ।  ତେବେ ସୁମିତ ଜଣେ ଅସହାୟ ସ୍ୱାମୀ ଓ ତାଙ୍କ ପିତା ସିନିୟନ ସିଟିଜେନ ଦର୍ଶାଇଛନ୍ତି ସୁମିତଙ୍କ ଆଇନଜୀବୀ । ଏଭଳି ସ୍ଥଳରେ ତାଙ୍କ ଘରକୁ ଏକାଧିକ ମହିଳା ପ୍ରବେଶ କରିବା ବେଆଇନ ବୋଲି କହିଛନ୍ତି ସୁମିତଙ୍କ ଓକିଲା । ତେବେ ସୁମିତ ଓ ତପସ୍ୱିନୀଙ୍କ ମଧ୍ୟରେ ହୋଇଥିବା ବିବାଦ ମାମଲା ଏବେ ବି ବିଚାରାଧୀନ ରହିଛି ।  ସେହିପରି ତପସ୍ୱିନୀ ସ୍ୱାମୀଙ୍କ ଶାଶୁ ଘରେ ରହିବା ପାଇଁ ଦୀର୍ଘ ଦିନ ଧରି ଶାଶୁ ଘର ଆଗରେ ଧାରଣା ଦେଇଥିଲେ । ଏହା ପରେ ଶାଶୁ ଘରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏବେ ବି ଏହି ଘଟଣା ବିଚାରଧୀନ ରହିଛି । 

Leave A Reply

Your email address will not be published.