ଆଜିଠୁ ଓଡ଼ିଶା ଓପନ ବ୍ୟାଡମିଣ୍ଟନ, ସାଇନା, କାଶ୍ୟପ୍ ମୁଖ୍ୟ ଆକର୍ଷଣ

କଟକ, ଜାନୁଆରୀ ୨୫ : କଟକର ଜାବାହରଲାଲ୍ ଇନ୍‌ଡୋର ଷ୍ଟାଡିୟମରେ ଆଜିଠାରୁ ଓଡ଼ିଶା ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଆରମ୍ଭ ହେବ। ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେଶନ ବିଡବ୍ଲ୍ୟୁଏଫ୍ ପ୍ରଥମ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଓଡ଼ିଶାରେ ଆୟୋଜନ ହେଉଥିବାରୁ ପ୍ରଶଂସକ ଖେଳାଳି ଓ ଆୟୋଜକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଏହି ଟୁର୍ନାମେଣ୍ଟରେ ୧୭ଟି ଦେଶରୁ ୩୫୦ ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିବେ।  ଟୁର୍ନାମେଣ୍ଟ ପାଇଁ ସବୁ ପ୍ରକାର ପ୍ରସ୍ତୁତି ପର୍ବ ଶେଷ ହୋଇଛି । ସୋମବାର ଖେଳାଳିମାନେ ଅଭ୍ୟାସ ପାଇଁ ୱାର୍ମଅପ୍ ପ୍ରାକ୍ଟିସ୍ ସେସନରେ ଅଂଶଗ୍ରହଣ କରିଛନ୍ତି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ , ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ (ବିଏଆଇ) ଓ ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ ଆସୋସିଏଶନ (ଓଏସ୍‌ଏ) ମିଳିତ ଭାବେ ଏହି ବିଡବ୍ଲ୍ୟୁଏଫ୍ ଟୁର୍ନାମେଣ୍ଟ ଆୟୋଜନ କରୁଛନ୍ତି। କରୋନା ଗାଇଡ୍‌ଲାଇନ୍ ପାଳନ କରି ଆୟୋଜିତ ହେଉଥିବା ଏହି ଟୁର୍ନାମେଣ୍ଟରେ ବିନା ଦର୍ଶକରେ ଅନୁଷ୍ଠିତ ହେବ । ଟୁର୍ନାମେଣ୍ଟ ପାଇଁ କୋଭିଡ ଗାଇଡ୍‌ଲାଇନ୍ ଅନୁସାରେ ଖେଳାଳି ୩ ଅଫିସିଆଲମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର ନାମ ପଞ୍ଜୀକରଣ ସହ ଆର୍‌ଟିପିସିଆର୍ ଟେଷ୍ଟ କରାଯାଇଛି।  ବିଡବ୍ଲ୍ୟୁଏଫ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ଏପରି ଏକ ସମ୍ମାନଜନକ ଟୁର୍ନାମେଣ୍ଟ ଅୟୋଜନ ହେବାକୁ ଯାଉଛି । ଟୁର୍ନାମେଣ୍ଟକୁ ଆଗାମୀ ବଡ଼ ଦୃଷ୍ଟିରେ ରଖି ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ ଭେନ୍ୟୁର ଉନ୍ନତୀକରଣ କରାଯାଇଛି। ଖେଳାଳି ୩ ଅଫିସିଆଲଙ୍କୁ ସ୍ବାଗତ କରିବାକୁ ସେମାନେ ଏବଂ ଯେପରି ସ୍ମରଣୀୟ ସ୍ମୃତି ନେଇ ଫେରିବେ ସେଥିପାଇଁ ପ୍ରସ୍ତୁତ ଥିବା ରାଜ୍ୟ କ୍ରିଡା ବିଭାଗ ସୂଚନା ଦେଇଛନ୍ତି।

Leave A Reply

Your email address will not be published.