ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ଗୁଳି

ଗଞ୍ଜାମ, ଜାନୁଆରୀ ୨୫ : ରାଜ୍ୟରେ ବଢିଚାଲିଛି ଅପରାଧ । କଥା କଥାକେ ଏଠି ଫୁଟୁଛି ଗୁଳି । ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅଧିନସ୍ଥ ରାମ୍ପୁଡି ଗ୍ରାମରେ । ସୂଚନା ଅନୂସାରେ ଗତକାଲି ବିଳମ୍ବିତ ରାତିରେ ଗାଁର କାର୍ତ୍ତିକେଶ୍ୱର ଶବା ଉପରକୁ ହଠାତ୍ କିଛି ଦୁବୃର୍ତ୍ତ ବାଇକ୍‌ରେ ଆସି ଗୁଳିମାଡ କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ କରାଯାଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । ଏହି ଘଟଣାରେ ପୋଲିସ୍ ଗାଁର ଲଡୁ ଶବର ନାମକ ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ମଧ୍ୟ କରୁଛି । ଅନ୍ୟପଟେ ଘଟଣାସ୍ଥଳରୁ ମୃତ ଦେହ ଉଦ୍ଧାର କରାଯାଇ ଶବ ବ୍ୟବଛେଦ ପାଇଁ ପଠାଇଛି ପୋଲସରା ପୋଲିସ୍ । ଏହା ସହିତ ଘଟଣାସ୍ଥଳରେ ସାଇନଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.