ସାଧାରଣତନ୍ତ୍ର ଦିବସ ପାଇଁ ଜାରି ହେଲା ଗାଇଡଲାଇନ୍‌

ଭୁବନେଶ୍ୱର, ଜାନୁଆରୀ ୨୫ : ଆସନ୍ତାକାଲି ସାରା ଦେଶ ପାଳିବାକୁ ଯାଉଛି ୭୩ ତମ ସାଧାରଣତନ୍ତ୍ର ଦିବସ । ତେବେ ଏଥିପାଇଁ କୋଭିଡ କଟକଣା ଜାରି କରାଯାଇଛି । ତେବେ ସାଧାରଣତନ୍ତ୍ର ଦିବସ ପାଇଁ ସ୍ପେଶାଲ ରିଲିଫ୍ କମିଶନର ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ।  ସୂଚନା ଅନୁସାରେ, ରାଜ୍ୟ, ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ପାଳନ ହେବ । ବ୍ୟକ୍ତିଗତ ସ୍ତରରେ କେବଳ ୫ ଜଣ ଲୋକ ସାଧାରଣତନ୍ତ୍ର ଦିବସରେ ଏକାଠି ହୋଇ ପତାକା ଉତ୍ତୋଳନ କରିପାରିବେ ।  ସେହିପରି ବେସରକାରୀ ଅନୁଷ୍ଠାନ ଓ କ୍ଲବ୍‌ରେ ପତାକା ଉତ୍ତୋଳନ ବେଳେ ୧୦ ଜଣ ଲୋକଙ୍କୁ ଅନୁମତି ମିଳିଛି । ସେହିପରି ପତାକା ଉତ୍ତୋଳନ ସମୟରେ ସାମାଜିକ ଦୂରତା ବଜାଇ ରଖିବା ସହିତ ମାସ୍କ ବ୍ୟବହାର କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.