ଟ୍ରେନ୍‌ ଲାଇନ୍‌ରେ ବିସ୍ଫୋରଣ କଲେ ନକ୍ସଲ! ରାଜଧାନୀ ଏକ୍ସପ୍ରେସ୍‌ ସମେତ ୭ଟି ଟ୍ରେନ୍‌ର ବଦଳିଲା ଗତିପଥ

ରାଞ୍ଚି, ଜାନୁଆରୀ ୨୭ : ପୂର୍ବ-ମଧ୍ୟ ରେଳପଥର ଧନବାଦ ଡିଭିଜନ୍‌ସ୍ଥିତ କର୍ମାବାଦ୍‌ ଏବଂ ଚିଚାକୀ ରେଳଷ୍ଟେସନ୍‌ ମଝିରେ ଗୁରୁବାର ରାତି ବିସ୍ଫୋରଣ ହୋଇଛି। ସୂଚନା ମିଳିବା ପରେ ହାଓଡା-ଗୟା-ଦିଲ୍ଲୀ ରେଳଲାଇନ୍‌ରେ ଟ୍ରେନ୍‌ ଚଳାଚଳ ଅଟକାଇ ଦିଆଯାଇଛି। ଝାଡ଼ଖଣ୍ଡର ଗିରିଡୀହ ଜିଲ୍ଲାରେ ଏହି ବିସ୍ଫୋରଣ ହୋଇଛି। ଜରୁରୀକାଳୀନ ପରିସ୍ଥିତିରେ ଏହି ମାର୍ଗରେ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକୁ ନିୟନ୍ତ୍ରିତ କରିଦିଆଯାଇଛି। କିଛି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। ପୂର୍ବ-ମଧ୍ୟ ରେଳପଥର ସିପିଆରଓ ରାଜେଶ କୁମାର କହିଛନ୍ତି, ପେଟ୍ରୋଲମ୍ୟାନ୍‌ ଗୌରବ ରାଜ ଓ ରୋହିତ କୁମାର ସିଂହ ଚିଚାକୀ ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେଇଥିଲେ ଯେ, ରାତି ୧୨ଟା ୩୪ ମିନିଟରେ କରମାବାଦ-ଚିଚାକୀ ଷ୍ଟେସନ ମଧ୍ୟରେ କରମାବାଦ ନିକଟରେ ବିସ୍ଫୋରଣ ହୋଇଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ରେଳଲାଇନ୍‌ର କୌଣସି କ୍ଷତି ହୋଇନାହିଁ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ହାଓଡା-ଦିଲ୍ଲୀ ରେଳଲାଇନ୍‌ର ଗୋମୋ-ଗୟା (ଜିସି) ରେଳ ଡିଭିଜନ ଦେଇ ଯାତାୟତ କରିବାକୁ ଥିବା ଟ୍ରେନ୍‌ ଗୁଡ଼ିକର ପରିଚାଳନା ଅଟକାଇ ଦିଆଯାଇଛି।  ଧନବାଦ-ଡେହରୀ ଅନ୍‌ ସୋନ ଏକ୍ସପ୍ରେସ୍‌ ବାତିଲ କରି ଦିଆଯାଇଥିବା ବେଳେ ୭ଟି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। ସେହିପରି ୩ଟି ଟ୍ରେନ୍‌କୁ ନିୟନ୍ତ୍ରିତ କରି ଦିଆଯାଇଛି। କୁହାଯାଉଛି ଏହି ବିସ୍ଫୋରଣ ପଛରେ ନକ୍ସଲ ମାନଙ୍କ ହାତ ରହିଛି। 

Leave A Reply

Your email address will not be published.