କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ, ଓମିକ୍ରନ୍ ତୁଳନାରେ ଦେଢଗୁଣା ଅଧିକ ସଂକ୍ରାମକ

ନୂଆଦିଲ୍ଲୀ, ଜାନୁଆରୀ ୨୭ : କରୋନାର ଭୟ ଭିତରେ ପୁଣି ସାମ୍ନାକୁ ଆସିଛି ଓମିକ୍ରନର ନୂଆ ଭାରିଆଣ୍ଟ । ଡେନମାର୍କରେ ଓମିକ୍ରନର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଯାହାର ନାମ ରହିଛି ବିଏ୨ ବୋଲି ରଖାଯାଇଛି । ଡେନମାର୍କରେ ଦେଖା ଦେଇଥିବା କୋଭିଡ ସଂକ୍ରମଣର ପ୍ରାୟ ୯୮ ପ୍ରତିଶତଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଦେଖିବାକୁ ମିଳୁଛି । ଓମିକ୍ରନ ଭାରିଆଣ୍ଟ ତୁଳନାରେ ଏହା ଅଧିକ ସଂକ୍ରାମକ ବୋଲି ଜଣାପଡିଛି । ଓମିକ୍ରନର ଏହି ଭାରିଆଣ୍ଟ ଦ୍ୱାରା ଡେନମାର୍କରେ ସଂକ୍ରମଣ ବୃଦ୍ଧି ପାଇଥିବା ଡେନମାର୍କ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଓମିକ୍ରନ ଭାରିଆଣ୍ଟ ତୁଳନାରେ ନୂଆ ଭାରିଆଣ୍ଟ ପ୍ରାୟ ଦେଢଗୁଣା ଅଧିକ ସଂକ୍ରାମକ ଅଟେ । ମାତ୍ର ଆଶ୍ୱସ୍ତିର କଥା ହେଉଛି ନୂଆ ଭାରିଆଣ୍ଟ ରେ ଆକ୍ରାନ୍ତମାନେ ଅଧିକ ଗୁରୁତର ହେଉନଥିବା ପ୍ରାଥମିକ ପରୀକ୍ଷଣରୁ ଜଣାପଡିଛି । ଡେନମାର୍କରେ ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ କରୋନା ସଂକ୍ରମଣ ପିକରେ ପହଞ୍ଚିବାକୁ ଆହୁରି ସମୟ ଲାଗିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଡେନମାର୍କ ସହିତ ବ୍ରିଟେନ, ସ୍ୱିଡେନ ଏବଂ ନରୱେରେ ମଧ୍ୟ ଓମିକ୍ରନର ଏହି ନୂଆ ଭାରିଆଣ୍ଟ ଠାବ କରାଯାଇଛି ।   

Leave A Reply

Your email address will not be published.