ପିସି କାରବାର କରି କୋଟିପତି ହୋଇଥିବା କିରାଣି ଗିରଫ

ବଲାଙ୍ଗିର, ଜାନୁଆରୀ ୨୭ : ରାଜ୍ୟରେ ସରକାରୀ ବାବୁ ମାନଙ୍କ ଦୁର୍ନୀତିର ଚିଠା ଲମ୍ବି ଲମ୍ବି ଚାଲିଛି । ଯାହାକୁ ନେଇ ଭିଜିଲାନ୍ସ ଜାଲରେ ଜଣକ ପରେ ଜଣେ ସରକାରୀ କର୍ମଚାରୀ ଏବେ ଛନ୍ଦି ହୋଇପଡୁଛନ୍ତି । ତେବେ ଆଗଲପୁର ବ୍ଲକ୍ ର ମୁଖ୍ୟ କିରାଣୀ ପ୍ରଫୁଲ୍ଲ ସା ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ବିଭିନ୍ନ ଯୋଜନାରେ ଅର୍ଥ ଲୁଟ୍ କରିବା ସହିତ ପିସି କାରବାର କରି କୋଟିପତି ହୋଇଥିବା କିରାଣି ପ୍ରଫୁଲ୍ଲଙ୍କ ବଲାଙ୍ଗିର ଗାନ୍ଧି ନଗରପଡ଼ାରେ ଥିବା ଦୁଇ ମହଲା କୋଠା, ହାଟପଦା ପଡ଼ାରେ ଥିବା ଦୁଇ ମହଲା କୋଠା ଓ ଆଗଲପୁର ବ୍ଲକରେ ଥିବା କାର୍ଯ୍ୟାଳୟରେ ଏହି ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ତାଙ୍କର ୧ କୋଟି ୩୨ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ଥିବା ଜଣାପଡିଥିଲା । ଆୟ ସଂପର୍କରେ ସଠିକ ତଥ୍ୟ ଦେଖାଇ ନ ପାରିବାରୁ, ଭିଜିଲାନ୍ସ ପ୍ରଫୁଲ୍ଲ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିଥିଲା । ଅନ୍ୟପଟେ ପ୍ରଫୁଲ୍ଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନା ମଂଜୁର ହେବାରୁ ତାଙ୍କୁ ଜେଲ ଯିବାକୁ ପଡିଛି ।

Leave A Reply

Your email address will not be published.