ରାଜ୍ୟରେ ପିକ୍ ଛୁଇଁ ସାରିଛି ସଂକ୍ରମଣ

ଭୁବନେଶ୍ୱର, ଜାନୁଆରୀ ୨୭ : ରାଜ୍ୟରେ ଏବେ କରୋନା ମହାମାରୀର ତୃତୀୟ ଲହରର ପ୍ରଭାବ ସାମନ୍ୟ କମ୍ ହୋଇଛି । ତଥାପି ୬ ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ । ତେବେ ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟରେ ଏବେ ସଂକ୍ରମଣ ପିକ୍ ଛୁଇଁ ସାରିଛି । ଏହାପରେ ଏବେ ସଂକ୍ରମଣ ଧିରେ ଧିରେ ତଳମୁହାଁ ହେଉଛି ମାତ୍ର ଏବେବି ଟ୍ରାନ୍ସମିଶନ ଅଧିକ ରହିଛି ତେଣୁ ରାଜ୍ୟ ବାସୀଙ୍କୁ ସବୁ ସମୟରେ ସତର୍କ ରହିବାର ଆବଶ୍ୟକ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ମହାମାରୀର ତୃତୀୟ ଲହରର ବେସ୍ ଲାଇନ୍ ଆସି ନାହିଁ ତେଣୁ ଯେ କୌଣସି ମୂହୂର୍ତ୍ତ ପୁଣି ଉପର ମୁହାଁ ହୋଇପାରେ ସଂକ୍ରମଣ । ତେଣୁ ବର୍ତ୍ତମାନ ଆସ୍ୱସ୍ଥ ହେବାର ସମୟ ନୁହେଁ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର ।

Leave A Reply

Your email address will not be published.