ଆସନ୍ତାକାଲି ଠାରୁ ଓଡିଶାରେ ବଢିବ ଶୀତର ଲହରୀ

ଭୁବନେଶ୍ୱର, ଜାନୁଆରୀ୨୭ : ରାଜ୍ୟରେ ପାଗରେ ପରିବର୍ତ୍ତନ ହୋଇଛି । ଉପକୂଳ ଓଡ଼ିଶା ଏବଂ ପାଶ୍ୱର୍ବର୍ତ୍ତି ଜିଲ୍ଲା ଗୁଡିକରେ ରାତ୍ରି ତାପମାତ୍ରା ପାଖାପାଖି ୨ ଡିଗ୍ରି ହ୍ରାସ ପାଇଛି । ତେବେ ଅବଶିଷ୍ଟ ଅଞ୍ଚଳରେ କୌଣସି ପରିବର୍ତ୍ତନ ଘଟିନାହିଁ । ରାଜ୍ୟକୁ କ୍ରମାଗତ ଭାବରେ ଉତ୍ତର-ପଶ୍ଚିମା ଥଣ୍ଡା-ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ରାଜ୍ୟରେ ଆସନ୍ତା କାଲିଠାରୁ ଶୀତର ଲହରୀ ବଢିବାର ସମ୍ଭାବନା ଥିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ କହିଛି ଯେ ଓଡ଼ିଶାର ଜିଲ୍ଲାମାନଙ୍କରେ ଶୁଖିଲା ପାଗ ପ୍ରବାହିତ ହେବାର ଆଶଙ୍କା ଥିବାବେଳେ ରାଜ୍ୟରେ ଆସନ୍ତା ତିନି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା (ରାତିର ତାପମାତ୍ରା) ଧୀରେ ଧୀରେ ୩ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା, ବରଗଡ, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ ଏବଂ କେଉଁଝର ଜିଲ୍ଲାରେ ଶୀତର ଲହରୀ ବଢିବା ନେଇ ହଳଦିଆ ଚେତାବନୀ ଜାରି କରାଯାଇଛି। ସେହିଭଳି ୨୯ ତାରିଖରେ ଝାରସୁଗୁଡା, ବରଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ଦେଓଗଡ, ନୁଆପଡା, କେଉଁଝର ଏବଂ ସୁନ୍ଦରଗଡ ଏବଂ ଜାନୁଆରୀ ୩୦ ରେ ଝାରସୁଗୁଡା, ବରଗଡ, ବଲାଙ୍ଗୀର, ସୋନପୁର ଏବଂ ନୁଆପଡା ଜିଲ୍ଲା ପାଇଁ ହଳଦିଆ ଚେତାବନୀ ଜାରି କରାଯାଇଛି।

Leave A Reply

Your email address will not be published.