ଉତ୍ତରାଖଣ୍ଡ ନିର୍ବାଚନ: ରାମନଗରରୁ ନୁହେଁ, ଲାଲକୁଆଁରୁ ନିର୍ବାଚନ ଲଢ଼ିବେ ହରିଶ ରାୱତ୍‌

ଡେରାଡୁନ୍‌, ଜାନୁଆରୀ ୨୭ : ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ବୁଧବାର ୧୦ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ବରିଷ୍ଠ ନେତା ହରୀଶ ରାୱତଙ୍କ ଆସନକୁ ପରିବର୍ତ୍ତନ କରାଯାଇଛି। ହରୀଶ ରାୱତ ଏବେ ରାମନଗର ବଦଳରେ ଲାଲକୁଆଁ ଆସନରୁ ନିର୍ବାଚନ ଲଢ଼ିବେ। ଏହା ବ୍ୟତୀତ ମହେଶ ଶର୍ମାଙ୍କୁ କାଲାଂଢ଼ୁଗୀ ଓ ମହେନ୍ଦ୍ର ପାଳ ସିଂହଙ୍କୁ ରାମନଗରରୁ ନିର୍ବାଚନ ଲଢ଼ିବାକୁ ହେବ। ହରିଶ ରାୱତଙ୍କୁ ପୂର୍ବରୁ ରାମନଗର ଆସନରେ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦିଆଯାଇଥିଲା। କଂଗ୍ରେସ ପ୍ରାର୍ଥୀଙ୍କ ତାଲିକାରେ ପରିବର୍ତ୍ତନ ଦେଖାଯାଇଛି। ପାର୍ଟି ହରିଶ ରାଓତଙ୍କ ଝିଅ ଅନୁପମା ରାୱତଙ୍କୁ ହରିଦ୍ବାର (ଗ୍ରାମାଞ୍ଚଳ)ରୁ ଟିକେଟ ଦେଇଛି। କଂଗ୍ରେସର ନୂଆ ତାଲିକା ଅନୁସାରେ ପୂର୍ବତନ ବିଧାୟକ ରଣଜୀତ ରାୱତଙ୍କୁ ସଲ୍ଟ, ମହେଶ ଶର୍ମାଙ୍କୁ କାଲାଢ଼ୁଗୀ, ପୂର୍ବତନ ସାଂସଦ ମହେନ୍ଦ୍ର ପାଳ ସିଂହଙ୍କୁ ରାମନଗରରୁ ଟିକେଟ ମିଳିଛି। ଏହା ବ୍ୟତୀତ ପୌଢ଼ି ଜିଲ୍ଲାର ଚୌବଟ୍ଟାଖାଳରୁ କଂଗ୍ରେସର କେସର ସିଂହ ରାୱତଙ୍କୁ ବିଜେପି ସରକାରରେ ମନ୍ତ୍ରୀ ସତ୍ୟପାଳ ମହାରାଜଙ୍କୁ ଟକ୍କର ଦେବେ। 

Leave A Reply

Your email address will not be published.