ରାଜଧାନୀରେ ମାତିଛନ୍ତି ଲୁଟେରା

ଭୁବନେଶ୍ୱର, ଜାନୁଆରୀ ୨୮ : ରାଜଧାନୀ ଭୁବନେଶ୍ୱରରେ ଏବେ ମାତିଛନ୍ତି ଲୁଟେରା। ଅଭିନବ ଉପାୟରେ ପ୍ରତିଦିନ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟ୍ କରୁଛନ୍ତି ଲୁଟେରା । ଆଜି ପୁଣି ଏକ ଅଭିନବ ଉପାୟରେ ବିବାହ ମଣ୍ଡପରୁ ୨ଲକ୍ଷ ଟଙ୍କାର ଗହଣା ଲୁଟିନେଇଛନ୍ତି ଲୁଟେରା । ସୂଚନା ଅନୂସାରେ ରାଜଧାନୀ ଉପକଣ୍ଠ କେସୁରା ଅଞ୍ଚଳରେ ଏକ ବିବାହ ମଣ୍ଡପରେ ବିବାହ ଭୋଜି ଜାରି ରହିଥିବା ବେଳେ ଘର ଲୋକ ଭଳି ଆସି ଗହଣା ଭର୍ତ୍ତି ବ୍ୟାଗ ଲୁଟିନେଇଛନ୍ତି ୨ ଲୁଟେରା । ଗହଣା ବ୍ୟାଗ ନମିଳିବା ପରେ ସିସଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଗହଣା ଲୁଟ୍ ହୋଇଥିବା ଜଣାପଡିଥିଲା । ଏନେଇ ପରିବାର ଲୋକଙ୍କ ପକ୍ଷରୁ କେସୁରା ଥାନରେ ଅଭିଯୋଗ ହେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.