ରାଜଧାନୀରେ ଆତଙ୍କ ଖେଳାଇ ରଖିଥିବା କେବିଏନ୍ ଗ୍ୟାଙ୍ଗର ମୁଖ୍ୟ ‘ବୁବୁ’ ଗିରଫ, ୭ ଦିନିଆ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ୍‌

ଭୁବନେଶ୍ୱର, ଜାନୁଆରୀ ୨୯ : ରାଜଧାନୀରେ କିଛି ଦିନ ତଳେ ଆତଙ୍କ ଖେଳାଇ ରଖିଥିବା କେବିଏନ୍ ଗ୍ୟାଙ୍ଗର ମୁଖ୍ୟ ଦେବୀପ୍ରସାଦ ଜେନା ଓରଫ୍ ବୁବୁକୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଦୀର୍ଘ ୩ ମାସ ପରେ ପୋଲିସ୍ ହାତରେ ଧରାପଡିଛି ବୁବୁ । ବୁବୁ ନାମରେ ରାଜଧାନୀର ବିଭିନ୍ନ ଥାନାରେ ୧୪ ଟି ମାମଲା ରହିଥିବା ବେଳେ ଦୀର୍ଘ ଦିନରୁ ପୋଲିସ୍ କୁ ଚକମା ଦେଇ ଘୁରିବୁଲୁଥିଲା ଏହି କୁଖ୍ୟାତ ଅପରାଧୀ । ଆଜି ବୁବୁକୁ ଗିରଫ କରାଯାଇଥିବା ବେଳେ ଏମାନଙ୍କ ନେଟୱାର୍କରେ ଥିବା ଅନ୍ୟ ମାନଙ୍କ ପତ୍ତା ଲଗାଇବା ପାଇଁ ବୁବୁକୁ ୭ ଦିନଆ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ୍ । ଏହି ମାମଲାରେ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଦଳ ଦଳ ହୋଇ ରାସ୍ତାରେ ଘୁରି ବୁଲିବା, ଭିନ୍ନ ଭିନ୍ନ ବିପଦଜନ୍‌ନକ ଷ୍ଟଣ୍ଟ ଦେଖାଇବା, ଖଣ୍ଡା, ବନ୍ଧୁକ ଆଜି ଚଳାଉଥିବାର ଛାତିଥରା ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରି ଚର୍ଚ୍ଚାକୁ ଆସିଥିଲା କେବିଏନ୍ ଗ୍ୟାଙ୍ଗ । ପୋଲିସ୍ ଠାରୁ ମିଳିଥିବା ସୂଚନା ଅନୂସାରେ ଡେଲ୍‌ଟା ଛକ ନିକଟରେ ଖଟି କରୁଥିବା ବେଳେ ନୟାପଲ୍ଲୀ ପୁଲିସ ତାକୁ ବୁବୁକୁ ଗିରଫ କରିଛି । ପୁଲିସ୍ ଭ୍ୟାନ୍ ଦେଖି ବୁବୁ ଦୌଡ଼ିଥିଲେ ହେଁ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ପିଓପିଡି ଟିମ୍ ତାକୁ କାବୁ କରିନେଇଥିଲା ।

Leave A Reply

Your email address will not be published.