ବିଜେପିର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ୩ ରାଲି

ଡେରାଡୁନ୍‌, ଜାନୁଆରୀ ୨୯ : ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି ନିଜର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ପାର୍ଟି କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ ଅନ୍ୟ ନେତାମାନେ ମଧ୍ୟ ସାମିଲ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ୩ଟି ରାଲି କରିବେ । ସେ ଅଲମୋଡା, ଶ୍ରୀନଗର ଓ ହରିଦ୍ୱାରରେ ରାଲି କରିବେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଓ ରାଜ୍ୟ ସଭାପତି ମଦନ କୌଶିକଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ରାଜ୍ୟ ନିର୍ବାଚନ ପ୍ରଭାରୀ ପ୍ରହ୍ଲାଦ ଯୋଶୀ, ଦୁଷ୍ୟନ୍ତ କୁମାର ଗୌତମ, ସ୍ମୃତି ଇରାନୀ, ଜେନେରାଲ (ଅବସରପ୍ରାପ୍ତ ଭିକେ ସିଂହ), ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମଧ୍ୟ ପ୍ରଚାର କରିବେ । ବିଜେପି ରାଷ୍ଟ୍ରୀୟ ମିଡିଆ ପ୍ରଭାରୀ ଅନିଲ ବଲୁନୀ ଓ ସାଂସଦ ମନୋଜ ତିୱାରୀଙ୍କୁ ମଧ୍ୟ ୩୦ ଜଣିଆ ତାଲିକାରେ ସ୍ଥାନ ମିଳିଛି । ବିଜୟ ବହୁଗୁଣା ଯୋଶୀ, ରମେଶ ପୋଖରିଆଲ ନିଶଙ୍କ, ତ୍ରିବେନ୍ଦ୍ର ସିଂହ ରାୱତ ଓ ତୀରଥ ସିଂହ ରାୱତ ମଧ୍ୟ ନିର୍ବାଚନରେ ପ୍ରଚାର କରିବେ । ଅନ୍ୟମାନେ ହେଲେ ରେଖା ବର୍ମା, ଲୋକେଟ ଚାଟାର୍ଜୀ, ଅଜୟ କୁମାର, ଅଜୟ ତାମଟା, ମାଲା ରାଜ୍ୟଲକ୍ଷ୍ମୀ ଶାହ, ନରେଶ ବସଂଲ, ସତପାଲ ମହରାଜ ଓ ବଳରାଜ ପାସି । 

Leave A Reply

Your email address will not be published.