ନିଶା ନିବାରଣ କେନ୍ଦ୍ରରୁ ୪୯ ଅନ୍ତେବାସୀ ଫେରାର

ବାରିପଦା ୨୯।୧: ନିଶା ନିବାରଣ କେନ୍ଦ୍ରରୁ ଫେରାର ହେଲେ ଅନ୍ତେବାସୀ । ସୂଚନା ଅନୁଯାୟୀ, ଶୁକ୍ରବାର ରାତି ସମୟରେ ଏହି କେନ୍ଦ୍ରର ଉପର ମହଲାରେ ରହୁଥିବା ୪୯ ଜଣ ଅନ୍ତେବାସୀ କୌଣସି ଉପାୟରେ ଫେରାର ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୫ ଜଣ ଏକ ଅନ୍ଧାରିଆ ଜାଗାରେ ଲୁଚିଥିବା ବେଳେ ସ୍ଥାନୀୟ ଲୋକେ ଚୋର ଭାବି ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ଅନ୍ତେବାସୀଙ୍କୁ ଥାନାକୁ ଆଣିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ପରିବାର ଲୋକ ନେଇ ଯାଇଥିବା ସୂଚନା ମିଳିଛି। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି କେନ୍ଦ୍ରରେ ଦୁଇଟି ଗୃହରେ ଶହରୁ ଉର୍ଦ୍ଧ୍ଵ ଅନ୍ତେବାସୀ ରହୁଛନ୍ତି । ଏତେ ଲୋକେ ବ୍ୟବହାର ପାଇଁ ମାତ୍ର ତିନୋଟି ଶୌଚାଳୟ ଉପଲବ୍ଧ । ଏହା ସହିତ ଏହି ସଂସ୍ଥାର ମାଲିକ ଅକଥନୀୟ ନିର୍ଯାତନା ଦେଉଥିବାର ଅଭିଯୋଗ ମଧ୍ୟ ହୋଇଛି । ଏହି କେନ୍ଦ୍ରରେ ଏପରି ବି ଅନେକ ଅନ୍ତେବାସୀ ଅଛନ୍ତି ଯେଉଁମାନଙ୍କ ବକେୟା ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ହୋଇଥିବାରୁ ସେମାନେ ପରିବାରଲୋକେ ତାଙ୍କୁ ନେଇ ପାରୁନଥିବା ଅଭିଯୋଗ ହୋଇଛି । ତେଣୁ ଏଭଳି ସଙ୍ଗୀନ ଅଭିଯୋଗକୁ ଜିଲ୍ଲା ପ୍ରଶାସନ ଗମ୍ଭୀରତାର ସହ ନେଇ ଏହାର ସତ୍ୟାସତ୍ୟ ଯାଞ୍ଚ କଲେ ପ୍ରକୃତ ସତ ସାମ୍ମାକୁ ଆସିପାରିବ ।

Leave A Reply

Your email address will not be published.