ଇଏ ଦୁନିଆର ସବୁଠୁ କମ୍‌ ବୟସର ଆରବପତି, ୯ ବର୍ଷ ବୟସରେ ତାଙ୍କ ପାଖରେ ଅଛି ଗାଡି, ଜେଟ୍‌ ଓ ନିଜ ଘର 

ନୂଆଦିଲ୍ଲୀ ୨୯/୦୧: ଯେଉଁ ବୟସରେ ତାଙ୍କ ପାଖରେ ଖେଳନା ହେବା କଥା ଆଉ ପିଲାଙ୍କ ସହ ଖେଳିବା କଥା । ସେହି ବୟସରେ ତାଙ୍କ ପାଖରେ ଖାଲି ଟଙ୍କା ହିଁ ଟଙ୍କା। ଇଏ କେଉଁ ସାଧାରଣ ପିଲା ନୁହେଁ। ୯ ବର୍ଷର ଛୁଆ ଆରବପତି ।  ସୋସିଆଲ ମିଡିଆରେ ଏହି ପିଲାଟି ଖୁବ୍‌ ଲୋକପ୍ରିୟ। ଯେତେବେଳେ  ସେ ୬ ବର୍ଷର ଥିଲେ ସେତେବେଳକୁ ତାଙ୍କ ପାଖରେ ନିଜର ଘର ଥିଲା। ଆଜି ୯ ବର୍ଷ ବୟସରେ ତାଙ୍କ ପାଖରେ ଗାଡି, ଜେଟ୍‌ ଆଉ କଣ କଣ ନାହିଁ। ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ କମ୍‌ ବୟସର ଧନୀ ପିଲାଟି ବିଷୟରେ କହିବୁ। ଯାହାର ଲାଇଫ୍‌ ଷ୍ଟାଇଲ୍‌ ଖୁବ୍‌ ହଟକେ। ନାଇଜିରିୟାର ମୋହମ୍ମଦ ଅୱଲ ମୁସ୍ତଫା। ଦୁନିଆର ସବୁଠୁ କମ୍‌ ବୟସର ଆରବପତି। ଇନଷ୍ଟାଗ୍ରାମରେ  @momphajnr ନାଁରେ  ତାଙ୍କର  ଆକାଉଣ୍ଟ ଅଛି। ଏହି ପିଲାଟିର ଆକାଉଣ୍ଟ ଦେଖି ବଡ଼ ବଡ଼ ଲୋକଙ୍କର ବି ମୁଣ୍ଡ ବୁଲାଇ ପକାଏ। ଅୱଲ ମୁସ୍ତପାଙ୍କ ପାଖରେ  ଅନେକ ଦାମୀ ଗାଡି, ପ୍ରାଇଭେଟ୍‌ ଜେଟ୍‌ ଅଛି। ଖାଲି ଏତିକି ନୁହେଁ,  ମାତ୍ର ୬ ବର୍ଷ ବୟସରେ ନିଜ ପାଖରେ ନିଜର ଘର ଥିଲା। ସୂଚନା ଅନୁୟାୟୀ  ଅୱଲ ମୁସ୍ତଫା ନାଇଜେରିଆର ଧନୀ ସେଲିବ୍ରେଟି ଇସ୍ମାଇଲିୟା ମୁସ୍ତଫାଙ୍କ ପୁଅ। ଇସ୍ମାଇଲ୍‌ ତାଙ୍କ ଦେଶରେ ଜଣେ ସେଲିବ୍ରିଟି।  ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଅୱଲ ମୁସ୍ତପା ଇନଷ୍ଟାଗ୍ରାମରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି। ସେ ସବୁବେଳେ  ନିଜ ଫୋଟ ପୋଷ୍ଟ କରନ୍ତି। ଅୱଲ ମୁସ୍ତପାଙ୍କର ଇନଷ୍ଟାଗ୍ରାମରେ  ୩୦ ହଜାରରୁ ଅଧିକ ଫଲୋଅର୍ସ ।

Leave A Reply

Your email address will not be published.