ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ

ଳିତ ବର୍ଷ ହେବ ନାହିଁ । ବଜେଟର ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଏଭଳି ଏକ କାର୍ଯ୍ୟକ୍ରମ ସରକାର ଆୟୋଜନ କରିଥାନ୍ତି । ଯାହା ଚଳିତ ବର୍ଷ ଦେଖିବାକୁ ମିଳିବନି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ମହାମାରୀର ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ହାଲୁଆ ସେରିମନି ଆୟୋଜନକୁ ବାଦ ଦିଆଯାଇଛି । ଏହା ବଦଳରେ କିଛି କର୍ମଚାରୀଙ୍କୁ କୋଭିଡ ନିୟମ ପାଳନ ପୂର୍ବକ ମିଠା ବଣ୍ଟାଯାଇଛି । ଏହି କର୍ମଚାରୀମାନେ ବଜେଟ ପ୍ରସ୍ତୁତିରେ ସାମିଲ ଅଛନ୍ତି । ବାହ୍ୟ ଦୁନିଆଠାରୁ ଏମାନଙ୍କ ସମ୍ପର୍କ କିଛି ଦିନ ଲାଗି ବିଛିନ୍ନ କରାଯାଇଥାଏ । ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରିବା ପରେ ଯାଇ ଏହି କର୍ମଚାରୀମାନେ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟଙ୍କୁ ସମ୍ପର୍କ କରିପାରିଥାନ୍ତି । ବଜେଟର ଗୋପନୀୟତା ରଖିବା ଲାଗି ଏଭଳି ପଦକ୍ଷେପ ସରକାର ଗ୍ରହଣ କରିଥାନ୍ତି ।

Leave A Reply

Your email address will not be published.