କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ ୨୯।୦୧ : କରୋନା ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ୫ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସମୀକ୍ଷା ବୈଠକ ବସିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୫ ରାଜ୍ୟ କରୋନା ସ୍ଥିତି ଉପରେ ଆଲୋଚନା ହେବ । ଖବର ଅନୁଯାୟୀ, ଗତ କିଛି ମାସ ହେଲା ଓଡିଶା, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ରେ କରୋନା ସଂକ୍ରମଣ ବଢିଚାଲିଛି । ଯାହାକୁ ନିୟନ୍ତଣକୁ ଆଣିବା ପାଇଁ କେନ୍ଦ୍ର ସରକାର  ନିୟମିତ ଭାବେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ । ତେବେ ଦେଶରେ ଏବେ ଧୀରେ ଧୀରେ କରୋନା ସଂକ୍ରମଣ କମିବାର ଲାଗୁଛି । ଯାହାକୁ ଦୃଷ୍ଟିରେ ରଖି ଆକ୍ସନକୁ ଆସିଛନ୍ତି କେନ୍ଦ୍ର ସରକାର । ସଂକ୍ରମଣ ବଢିଥିବା ଏହି ସବୁ ରାଜ୍ୟ ଗୁଡିକରେ କୋଭିଡ଼ ସ୍ଥିତି ନେଇ ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ଅପରାହ୍ନ ୩ଟାରେ ଭିଡିଓ କନ୍‌ଫରେନ୍ସ ଜରିଆରେ ପାଞ୍ଚ ରାଜ୍ୟର କୋଭିଡ଼ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ସେହିପରି ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଦକ୍ଷିଣ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ କରୋନା ସଂକ୍ରମଣ ସ୍ଥିତି, ହୋମ ଆଇସୋଲେସନ୍‌ ଏବଂ କମ୍‌ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବା ଉପରେ ଜୋର୍‌ ଦିଆଯାଇଥିଲା । ୧୫ ରୁ ୧୭ ବର୍ଷୀୟ କିଶୋରଙ୍କୁ ଟିକାକରଣ ପାଇଁ ପ୍ରୋତ୍ସାହିତ କରିବା ଉପରେ ଜୋର୍‌ ଦେବାକୁ କୁହାଯାଇଛି ।

Leave A Reply

Your email address will not be published.