କରଣ-ପ୍ରତୀକଙ୍କୁ ହରାଇ ବିଗ୍‌ବସ୍‌-୧୫ ଟ୍ରଫି ଜିତିଲେ ତେଜସ୍ୱୀ ପ୍ରକାଶ

ନୂଆଦିଲ୍ଲୀ, ଜାନୁଆରୀ ୩୧: ଦୀର୍ଘ ଦିନର ପରିଶ୍ରମ ପରେ ଶେଷରେ ତେଜସ୍ୱୀ ପ୍ରକାଶ ବିଗ୍‌ବସ୍‌-୧୫ର ବିଜୟିନୀ ହୋଇଛନ୍ତି । ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ପହଞ୍ଚିବା ପରେ କରଣ କୁନ୍ଦ୍ରା ଓ ପ୍ରତୀକ ସହଜପାଳଙ୍କୁ ହରାଇ ବିଗ୍‌ବସ୍‌-୧୫ ଟ୍ରଫି ହାସଲ କରିଛନ୍ତି ତେଜସ୍ୱୀ ପ୍ରକାଶ । ବିଗ୍‌ବସ୍‌-୧୫ ତେଜସ୍ୱୀଙ୍କ ପାଇଁ ବଡ଼ ଭାଗ୍ୟଶାଳୀ ହୋଇଛି । ତେଜସ୍ୱୀ କେବଳ ୪୦ ଲକ୍ଷ ଟଙ୍କାର ପୁରସ୍କାର ପାଇ ନାହାନ୍ତି । ବରଂ ତାଙ୍କୁ ନାଗିନ ୬ରେ କାମ କରିବାକୁ ଅଫର ମିଳିଛି । ଫିନାଲେରେ ଶ୍ରେଷ୍ଠ ୨ରେ ତେଜସ୍ୱୀ ଓ ପ୍ରତୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଶୋ’ରେ ଉପସ୍ଥିତ ସମସ୍ତ ଲୋକ ପ୍ରତୀକଙ୍କୁ ବିଜେତା ଭାବୁଥିଲେ । ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରତୀକଙ୍କ ନାଁ ଚର୍ଚ୍ଚା ହେଉଥିଲା । କିନ୍ତୁ ଏଥର ଟ୍ରଫି ତେଜସ୍ୱୀଙ୍କ ପାଖକୁ ଚାଲିଯାଇଛି । ଫାଇାନଲ ମୁକାବିଲାରେ ପ୍ରତୀକଙ୍କୁ ହରାଇ ଚକ୍‌ମକ୍ କରୁଥିବା ଟ୍ରଫି ହାସଲ କରିଛନ୍ତି ।  ବିଗ୍‌ବସ୍‌-୧୫ର ଟ୍ରଫି ଜିତିବା ପରେ ତେଜସ୍ୱୀ ପ୍ରକାଶ ଅଭିଭାବକଙ୍କ ସହିତ ନିଜର ପ୍ରଥମ ଫଟୋ ସେୟାର କରିଛନ୍ତି । କଳା ପୋଷାକରେ ବିଗ୍‌ବସ୍‌ର ଟ୍ରଫି ଧରି ତେଜସ୍ୱୀ ନିଜର ବାପା-ମା’ଙ୍କ ସହିତ ଦେଖାଯାଉଛନ୍ତି । ଫଟୋରୁ ଜଣାପଡୁଛି ଯେ, ସେ ନିଜ ବାପା-ମା’ଙ୍କ ସ୍ୱପ୍ନ ପୂରଣ କରିଛନ୍ତି । ବିଗ୍‌ବସ୍‌-୧୫ ବିଜୟିନୀ ତେଜସ୍ୱୀ ପ୍ରକାଶ ପ୍ରଥମେ କଲର୍ସର ଶୋ’ ‘ସ୍ୱରଗିନୀ’ରେ ମୁଖ୍ୟ ଭୂମିକା ତୁଲାଇଛନ୍ତି । ଏହି ଶୋ’ରେ ତାଙ୍କୁ ପରିଚୟ ଦେଇଛି । ଏହା ପରେ ସେ ରୋହିତ ଶେଟ୍ଟୀଙ୍କ ଶୋ’ ‘ଖତରୋ କେ ଖିଲାଡି ସିଜନ-୧୦’ରେ ଦେଖାଯାଇଥିଲେ । ଶୋ”ରେ ସେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ବିଜୟୀ ହୋଇପାରି ନଥିଲେ । 

Leave A Reply

Your email address will not be published.