ବେଆଇନ୍ ମାଛ ଧରୁଥିବା ବେଳେ ୪ଟି ଟ୍ରଲର ଜବତ

ଅସ୍ତରଙ୍ଗ ,ଜାନୁଆରୀ 31 : ବେଆଇନ୍ ମାଛ ଧରୁଥିବା ବେଳେ ୪ଟି ଟ୍ରଲର ଜବତ । ବନବିଭାଗ,ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗର ମିଳିତ ଚଢାଉରେ ଏହା ଜବତ କରାଯାଇଛି । ଅସ୍ତରଙ୍ଗ ଦେବୀ ମୁହାଣ ନିଷିଦ୍ଧାଞ୍ଚଳରୁ ମାଛ ମାରୁଥିବା ସମୟରେ ଜବତ କରାଯାଇଛି । ୪ଟି ଟ୍ରଲର ସହ ୩୨ କର୍ମଚାରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ପୁର୍ବରୁ ମଧ୍ୟ ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ବନ ବିଭାଗ ଆଖି ଧୁଳି ଦିଆଯାଉଥିଲା । ହେଲେ ବର୍ତ୍ତମାନ ଅଭିଯୋଗ ଆଧାରରେ ଚଢାଉ ହେବା ପରେ ୪ଟି ଟ୍ରଲର ଜବତ କରାଯାଇଛି । 

Leave A Reply

Your email address will not be published.