ସାଂସଦ ସାଧ୍ୱୀ ପଜ୍ଞା ଠାକୁର କରୋନା ପଜିଟିଭ

ନୂଆଦିଲ୍ଲୀ ୩୧/୦୧: ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟୁଇଟ୍ କରି ସେ ଏନେଇ ନିଜେ ସୂଚନା ଦେଇଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି ଯେ ଆଜି ମୋର କରୋନା ରିପୋର୍ଟ ପଜିଟିଭ ଆସିଛି । ମୁଁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛି । ଯେଉଁମାନେ ୨ ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ସେମାନଙ୍କୁ ସତର୍କ ରହିବାକୁ ପରାମର୍ଶ । ଆବଶ୍ୟକ ହେଲେ କରୋନା ପରୀକ୍ଷା କରିବାକୁ ଅନୁରୋଧ କରାଯାଇଛି । ମୁଁ ଆପଣମାନଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ । ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ଯେ ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ । ଏଥିସହ, ସାଂସଦ ଠାକୁର କରୋନା କାଳରେ ପିତାମାତାଙ୍କଠାରୁ ମନଇଚ୍ଛା ଶୁଳ୍କ ନେଉଥିବା ଘରୋଇ ବିଦ୍ୟାଳୟ ପରିଚାଳନା ଅଭିଯୋଗ ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅନୁସନ୍ଧାନ ଏବଂ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ବେସରକାରୀ ବିଦ୍ୟାଳୟରେ ମନଇଚ୍ଛା ଶୁଳ୍କ ଆଦାୟ କରିବା ଏବଂ ଏନସିଆରଟି ବଦଳରେ ବେସରକାରୀ ଲେଖକଙ୍କ ପୁସ୍ତକରୁ ଶିକ୍ଷା ପାଇବା ନେଇ ସାଂସଦ ଅଭିଯୋଗ ଗ୍ରହଣ କରିଥିଲେ । ଏ ସମ୍ପର୍କରେ ସାଂସଦ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି।

Leave A Reply

Your email address will not be published.