ସ୍ୱାମୀଙ୍କ ପାଇଁ ପ୍ରଚାର କରୁଛନ୍ତି ଅଭିନେତ୍ରୀ ସ୍ତ୍ରୀ

ଭଦ୍ରକ ୩୧।୦୧ : ପାଖେଇ ଆସୁଛି ନିର୍ବାଚନ । ପ୍ରଚାର ଚାଲିଛି ଜୋରଦାର । ଭୋଟରଙ୍କ ଭୋଟ ହାତେଇବା ପାଇଁ ପ୍ରାର୍ଥୀ ଆରମ୍ଭ କଲେନି ରଣନୀତି । ନୂଆ ନୂଆ କୌଶଳ ମଧ୍ୟ ଆପଣାଉଛନ୍ତି । ପ୍ରଚାର ବେଳେ କେଉଁଠି ସ୍ତ୍ରୀ ପାଇଁ ସ୍ଵାମୀ ତ କେଉଁଠି ସ୍ତ୍ରୀ ପାଇଁ ସ୍ଵାମୀ ପ୍ରଚାର କରୁଛି । ଏବେ ଜଣେ ଅଭିନେତ୍ରୀ ସ୍ତ୍ରୀ ନିଜ ସ୍ଵାମୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଘର ଘର ବୁଲି ସ୍ଵାମୀଙ୍କ ପାଇଁ ଭୋଟ ମାଗୁଛନ୍ତି । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତଥା ଧାମନଗର ନିର୍ବାଚନମଣ୍ଡଳୀର ବିଲଣା ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚନ ଲଢୁଛନ୍ତି ଶୁଭ୍ରଜିତ ମହାନ୍ତି । ଏମବିଏ ପରେ ରିଏଲ ଇଷ୍ଟେଟ ବ୍ୟବସାୟରେ ଥିଲେ । କିନ୍ତୁ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।  ତାଙ୍କ ସ୍ତ୍ରୀ ବନିଜା ପଣ୍ଡା କେତେକ ଟେଲିଫିଲ୍ମ ଓ ସିରିଏଲରେ ଅଭିନେତ୍ରୀ ଥିବା ବେଳେ ଏବେ ଗାଁ ଗାଁ ବୁଲି ସ୍ଵାମୀ ପାଇଁ ପ୍ରଚାର କରୁଛନ୍ତି । ନିର୍ବାଚନରେ ଶିକ୍ଷିତଙ୍କୁ ନିର୍ବାଚିତ କରିବା ପାଇଁ ମଧ୍ୟ ଅନୁରୋଧ କରୁଛନ୍ତି । ଗାଁର ବୋହୁ ହିସାବରେ ଲୋକଙ୍କୁ ଭୋଟ ମାଗିବା ସହ ଆଗାମୀ ଦିନରେ ବିକାଶ ପାଇଁ ଉଭୟ ସ୍ଵାମୀ ଓ ସ୍ତ୍ରୀ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.