ନବ ନିର୍ମିତ ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ

ଭୁବନ ୩୧।୧: ନବ ନିର୍ମିତ ରେଳ ରେଳ ଧାରଣାରୁ ମିଳିଲା ମୃତଦେହ । କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୫୩ ଅବରୋଧ କଲେ ଗ୍ରାମବାସୀ । ଯାଜପୁର-ଅନଗୁଳ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାସ୍ତାରୋକ ହଟାଇବାକୁ ଉଦ୍ୟମ କରୁଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଲିଝାଟି ଗ୍ରାମ ନିକଟ ଜାତୀୟ ରାଜପଥ ୫୩ ରେ । ସୂଚନାଯୋଗ୍ୟ ଯେ, ବାଲିଝାଟି ଗାଁର ୨୫ବର୍ଷ ବୟସ୍କ ଭବାନୀ ଦିଆଣି ରବିବାର ରେଲଓ୍ବେ କାମକୁ ଯାଇ ଘରକୁ ଫେରିନଥିଲେ । ରବିବାର ରାତି ୮ଟା ବେଳେ ପରିବାର ଲୋକେ ଖୋଜାଖୋଜି କରିବା ସମୟରେ ଭବାନୀଙ୍କ ମୃତଦେହ ନବ ନିର୍ମିତ ରେଳଧାରଣା କଡରୁ ମିଳିଥିଲା । ରାତି ତମାମ ମୃତଦେହକୁ ପରିବାର ଲୋକେ ଜଗି ରହିଥିଲେ । ସୋମବାର ସକାଳେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଜାତୀୟ ରାଜପଥ ୫୩ ଅବରୋଧ କରିଥିଲେ । ଘଟଣାସ୍ଥଳରେ ଭୁବନ ପୋଲିସ ଏବଂ ଅଞ୍ଚଳର ସମାଜସେବୀ ଶତୃଘ୍ନ ଜେନା ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଦୀର୍ଘ ତିନି ଘଣ୍ଟା ପରେ ରାସ୍ତା ରୋକ ହଟିବା ପରେ ଶବକୁ ଜବତ କରିଛି ଭୁବନ ପୋଲିସ । ଶବ ବ୍ୟବଚ୍ଛେଦ ପାଇଁ ଭୁବନ ମେଡିକାଲକୁ ପଠାଇ ତଦନ୍ତ ଚଳାଇଛି ଭୁବନ ପୋଲିସ ।

Leave A Reply

Your email address will not be published.