ଅଗ୍ନିକାଣ୍ଡରେ ଜଳିଗଲା ଦୁଇଟି ଦୋକାନ

ଯାଜପୁର ରୋଡ଼ ୦୧।୦୨: ଅଗ୍ନିକାଣ୍ଡରେ ଜଳିଗଲା ଦୁଇଟି ଦୋକାନ। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସଠିପୁର ବଜାରରେ ଥିବା ଦୁଇଟି ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି l ଗୋଟିଏ ମିଠା ଦୋକାନ ଓ ଗୋଟିଏ ପରିବା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଖବର ଅନୁଯାୟୀ,  ପାଣିକୋଇଲି ଥାନା ସଠିପୁର ବଜାରରେ ସୋମବାର ବିଳମ୍ଵିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ସୋମବାର ଦୋକାନ ବନ୍ଦ କରି ଦୋକାନ ମାଲିକଙ୍କ ପୁଅ ଓ ଅନ୍ୟ ଦୁଇଜଣ କର୍ମଚାରୀ ଶୋଇଥିଲେ। କିଛି ସମୟ ପରେ ହଠାତ୍‌ ଦୋକାନରୁ ଧୂଆଁ ବାହିରିଥିଲା । ଏଥିରେ ଅତିଷ୍ଠ ହୋଇ ସେମାନଙ୍କ ନିଦ ଭାଙ୍ଗିଯାଇଥିଲା। ଦେଖୁ ଦେଖି ନିଆଁ ଦୋକାନ ସାରା ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ ମିଠା ଦୋକାନଟି ସମ୍ପୂର୍ଣ୍ଣ ଜଳିପୋଡି ନଷ୍ଟ ହୋଇଯାଇଥିବା ବେଳେ ପରିବା ଦୋକାନର ଅଧିକ ଅଂଶ ଜଳିଯାଇଛି । ଏବେ ସୁଦ୍ଧା ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ ।

Leave A Reply

Your email address will not be published.