ପଞ୍ଜାବରେ ସରକାର ଆସିଲେ କାର୍ଯ୍ୟାଳୟରେ ଲାଗିବ ସହିଦ ଭଗତ ସିଂ ଓ ଆମ୍ବେଦକରଙ୍କ ଫଟୋ

ନୂଆଦିଲ୍ଲୀ,୩୧|୧: ପଞ୍ଜାବ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି । କୌଣସି କ୍ଷେତ୍ରରେ ପଛରେ ରହିବାକୁ ଚାହୁଁନି ଆମ ଆଦମୀ ପାର୍ଟି । ଏହାମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ବଡ ଘୋଷଣା କରିଛନ୍ତି । କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି ଯେ, ପଞ୍ଜାବରେ ଆପ୍ ସରକାର ଆସିଲେ ସବୁ ସରକାରୀ କାର୍ଯ୍ୟାଳୟରେ ସହିଦ ଭଗତ ସିଂ ଓ ସମ୍ବିଧାନ ପ୍ରଣେତା ବି. ଆର. ଆମ୍ବେଦକରଙ୍କ ଫଟୋ ରହିବ । ଏହାସହ କାହାକୁ ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବା ଠିକ୍ ନୁହେଁ ବୋଲି କେଜ୍ରିଓ୍ୱାଲ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ସ୍ୱାଧିନତାର ୭୫ ବର୍ଷ ପୂରଣ ହୋଇଛି । ସ୍ୱାଧିନତା ବହୁ କଷ୍ଟରେ ମିଳିଥିଲା । ଅନେକ ଲମ୍ବା ସମୟ ଧରି ସଙ୍ଘର୍ଷ କରିଥିଲେ । ସ୍ୱାଧିନତା ପାଇଁ ବହୁତ କମ୍ ଜଣ ବଳିଦାନ ଦେଇଛନ୍ତି । କାହାର ବଳିଦାନକୁ ମାପିହେବ ନାହିଁ । କେଜ୍ରି ଆହୁରି କହିଛନ୍ତି ଯେ, ବାବା ସାହେବ ଆମ୍ବେଦକର ଓ ଭଗତ ସିଂ ଅନନ୍ୟ ବ୍ୟକ୍ତିତ୍ୱ ଥିଲେ । ଉଭୟଙ୍କ ରାସ୍ତା ଅଲଗା ଥିଲା କିନ୍ତୁ ଲକ୍ଷ୍ୟ ଗୋଟିଏ ଥିଲା । ସେମାନଙ୍କର ବଳିଦାନ ଭୁଲିହେବ ନାହିଁ । କିଛିଦିନ ପୂର୍ବରୁ ସେ ଦିଲ୍ଲୀର ସରକାରୀ କାର୍ଯ୍ୟାଳୟରେ ଏହି ଦୁଇ ମହାନାୟକଙ୍କ ଫଟୋ ଲଗାଇବାକୁ ଘୋଷଣା କରିଥିଲେ । ପଞ୍ଜାବରେ ସରକାର ଆସିଲେ ଦୁଇ ମହାପୁରୁଷଙ୍କ ଫଟୋ ସରକାରୀ କାର୍ଯ୍ୟାଳୟରେ ଲଗାଯିବ ବୋଲି କେଜ୍ରିଓ୍ୱାଲ କହିଛନ୍ତି ।

Leave A Reply

Your email address will not be published.