ପୁଅକୁ ଆକ୍ରମଣ କରି ମାଙ୍କ ଠାରୁ ସୁନା ଓ ଟଙ୍କା ଲୁଟ୍‌

ରାୟଗଡ଼ା ୦୧।୦୨: ପୁଅକୁ ଆକ୍ରମଣ କରି ମାଙ୍କ ଠାରୁ ସୁନା ଓ ଟଙ୍କା ଲୁଟ୍‌ । ରାୟଗଡ଼ା ସହରର କସ୍ତୁରୀ ନଗର ଠାରେ ଘଟିଛି ଏପରି ଘଟଣା । ଘଟଣାସଂପର୍କରେ ସୂଚନା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ । ଆକ୍ରମଣ ଶିକାର ହୋଇଛନ୍ତି ଅମିତ ମାଣ୍ଡାଙ୍ଗି ଓ ତାଙ୍କ ମା ସାବିତ୍ରୀ ମାଣ୍ଡାଙ୍ଗି । ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ୮ଜଣ ଦୁର୍ବୃତ୍ତ ଅମିତଙ୍କ ଘରେ ପ୍ରବେଶ କରିଥିଲେ । ଘରର ଝରକା ପଟୁ ପଶି ଅମିତଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ବାନ୍ଧିବା ପାଇଁ ଚେଷ୍ଟା କରିଥିଲେ ଦୁର୍ବୁତ୍ତ । ହେଲେ କୌଶଳ କ୍ରମେ ଅମିତ ଖସି ଆସି ବାହାରେ ପାଟି କରିଥିଲେ । ଏହି ସମୟରେ ଦୁର୍ବୃତମାନେ ତାଙ୍କ ମା ସାବିତ୍ରୀଙ୍କ ଠାରୁ ପ୍ରାୟ ୩୪ ଗ୍ରାମ ଓଜନର ସୁନା ଅଳଙ୍କାର ବେକରୁ ଛିଣ୍ଡାଇ ନେଇଥିଲେ ।  ଲୁଟ୍‌ ସଂପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସନ୍ଧାନି କୁକୁର ସହାୟତାରେ ଛାନଭିନ କରୁଛି ପୁଲିସ। ଏବେ ଯାଏଁ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.