IPL ୨୦୨୨ ମେଗା ଅକ୍ସନ୍; ଧାଓ୍ବନ ଏବଂ ଅଶ୍ବିନଙ୍କ ସମେତ ନିଲାମୀ ଲିଷ୍ଟରେ ଅଛନ୍ତି ୫୯୦ ଖେଳାଳି

ନୂଆଦିଲ୍ଲୀ ୦୧/୦୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ସିଜିନ୍‌-୧୫ ମେଗା ଅକ୍ସନ୍‌ ପୂର୍ବରୁ ଖେଳାଳିଙ୍କ ତାଲିକା ଜାରିକରାଯାଇଛି । BCCI ପକ୍ଷରୁ ମଙ୍ଗଳବାର ମୋଟ ୫୯୦ ଜଣ କ୍ରିକେଟରଙ୍କ ଲିଷ୍ଟ ଜାରି କରାଯାଇଛି । ଚଳିତ ଥର ମେଗା ଅକ୍ସନ ହେବାକୁ ଯାଉଛି । ଆସନ୍ତା ଫେବୃଆରୀ ୧୨ ଏବଂ ୧୩ ତାରିଖ ଦୁଇଦିନ ଧରି ବେଙ୍ଗାଲୁରୁରେ ଖେଳାଳିମାନଙ୍କ ମେଗା ଅକ୍ସନ୍‌ ଅନୁଷ୍ଠିତ ହେବ । ବିଭିନ୍ନ ଫ୍ରାଞ୍ଚାଇଜ୍‌ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ଅନୁଯାୟୀ ନିଲାମୀ ଡାକିବେ । ଚଳିତ ଅକ୍ସନ୍‌ରେ ଅନେକ ବଡ ଖେଳାଳିଙ୍କୁ, ଫ୍ରାଞ୍ଚାଇଜ୍‌ ସିଧାସଳଖ ମୋଟା ଅଙ୍କରେ କିଣିନେଇଥିବା ବେଳେ ଆଉ କିଛି ବଡ ଖେଳାଳି ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଆସନ୍ତା IPL ପାଇଁ ଶ୍ରେୟସ୍‌ ଆୟର, ଶିଖର ଧାଓ୍ବନ, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସାମୀ, ଇଶାନ କିଷାନ, ଅଜିଙ୍କ୍ୟ ରାହାଣେ. ସୁରେଶ ରୈନା, ଯୁଜବେନ୍ଦ୍ର ଚହଲଙ୍କ ଭଳି ଖେଳାଳି ଅକ୍ସନ୍‌ ଲିଷ୍ଟରେ ରହିଛନ୍ତି ।  

Leave A Reply

Your email address will not be published.