କିଭ୍ ଉପରେ ମିସାଇଲ୍ ଆକ୍ରମଣ, ଋଷର ୨ ଯୁଦ୍ଧ ବିମାନକୁ ଖସାଇଲା ୟୁକ୍ରେନ

ନୂଆଦିଲ୍ଲୀ ୨୫।୦୨ : ସରିନି ଯୁଦ୍ଧ । ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଗୁରୁବାରଠାରୁ ଆରମ୍ଭ ଏହି ଭୟଙ୍କର ଲଢେଇରେ ଏବେଯାଏଁ ୧୩୭ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ୟୁକ୍ରେନ ରାଜଦାନୀ କିଭରେ ମିସାଇଲ ମାଡ କରିଛି ଋଷ ।କିଭରେ ଶୁକ୍ରବାର ସକାଳେ ଦୁଇଟି ମିସାଇକ୍ ଆକ୍ରମଣ ହୋଇଛି । ଏହାସହ ଋଷର ଦୁଇଟି ଏୟାରକ୍ରାଫ୍ଟକୁ ୟୁକ୍ରେନ ଆକ୍ରମଣ କରି ଖସାଇ ଦେଇଥିବା ଦାବି କରୁଛି । ୟୁକ୍ରେନ ଦାବି କରିଛି ଯେ, ଋଷର ମଧ୍ୟ ଭୟଙ୍କର କ୍ଷତି ହୋଇଛି । ଏବେସୁଦ୍ଧା ପୁଟିନଙ୍କ ୭ଟି ଏୟାରକ୍ରାଫ୍ଟ ଓ ୬ ହେଲିକପ୍ଟର ଓ ୩୦ଟି ଟ୍ୟାଙ୍କ ନଷ୍ଟ କରିଛି ୟୁକ୍ରେନ୍ । ସୂଚନାଯୋଗ୍ୟ, ଗୁରୁବାର ସକାଳେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା । ୟୁକ୍ରେନକୁ ଆମେରିକା ଓ ବ୍ରିଟେନ୍ ଭଳି ଦେଶ ମଧ୍ୟ ସାହାଯ୍ୟ କରିବା ବଦଳରେ ହାତ ଟେକିଦେଇଥିଲେ ।

Leave A Reply

Your email address will not be published.