‘ଗଙ୍ଗୁବାଇ କାଠିଆୱାଡି’ ଫିଲ୍ମର ମଜାକ୍‌ ଉଡାଇଲେ KRK

ନୂଆଦିଲ୍ଳୀ ୨୫।୦୨: ଆଲିଆ ଭଟ୍ଟଙ୍କ ଚଳଚ୍ଚିତ୍ର ଗାଙ୍ଗୁବାଇ କାଠିଆୱାଡି ଆଜି ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ନିଜକୁ ସବୁଠୁ ବଡ ସମାଲୋଚକ ତଥା କ୍ରିଟିକ୍‌ ବୋଲି କହୁଥିବା କମଲ ଆର ଖାନ ତଥା କେଆରକେ ଏହି ଫିଲ୍ମକୁ ଦେଖିବା ମାତ୍ରେ ଟ୍ୱିଟରରେ ଟ୍ୱିଟ କରିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଏକ ଭିଡିଓ ସେୟାର କରି କେଆରକେ ଆଲିଆ ଭଟ୍ଟଙ୍କ ଫିଲ୍ମର ପ୍ରଥମ ଭାଗକୁ ମୁଣ୍ଡବିନ୍ଧା ବୋଲି କହି ବର୍ଣ୍ଣନା କରିଛନ୍ତି। ଏହା ବ୍ୟତୀତ କେଆରକେ ଗଙ୍ଗୁବାଇ କାଠିଆୱାଡି ବିଷୟରେ ଅନେକ ଟ୍ୱିଟ୍ ମଧ୍ୟ କରିଛନ୍ତି । ଫିଲ୍ମ ବିଷୟରେ କରାଯାଇଥିବା ଟ୍ବିଟ୍‌ ଯୋଗୁଁ କିଛି ଲୋକ କେଆରକେଙ୍କ ଉପରେ ରାଗି ଯାଇଥିବା ବେଳେ କିଛି ଲୋକ ତାଙ୍କ ସମର୍ଥନରେ ମଧ୍ୟ ନଜର ଆସିଛନ୍ତି। କହିବାକୁ ଗଲେ ଏହି ଫିଲ୍ମଟି ସଞ୍ଜୟ ଲୀଲା ଭନସାଲୀ ନିର୍ଦ୍ଦେଶନା ପ୍ରସ୍ତୁତ ହୋଇଛି।

Leave A Reply

Your email address will not be published.