ପୁଷ୍ପା ଷ୍ଟାଇଲରେ ଖୁସି ମନାଇଲେ ଜାଡେଜା

ନୂଆଦିଲ୍ଲୀ ୨୫।୦୨ : ଭାରତୀୟ ଫିଲ୍ମ ପୁଷ୍ପାର କ୍ରେଜ୍ କମିନାହିଁ । କ୍ରିକେଟ୍ ଷ୍ଟାଡିୟମରେ ମଧ୍ୟ ଦେଖିବାକୁ ମିଳିଛି ପୁଷ୍ପାର ଷ୍ଟାଇଲ୍ ।ମ୍ୟାଚ୍ ବେଳେ ଅନେକ ଖେଳାଳି ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲର ନକଲ କରି ଖୁସି ମନାଉଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ରବୀନ୍ଦ୍ର ଜାଡେଜା ପୁଷ୍ପା ଷ୍ଟାଇଲରେ ଖୁସି ମନାଉଥିବା ଦେଖିବାକୁ ମିଳିଛି । ଜାଡେଜା ପ୍ରଥମ ଟି୨୦ରେ ଓ୍ୱିକେଟ୍ ନେଲା ପରେ ପୁଷ୍ପା ଷ୍ଟାଇଲରେ ଖୁସି ମନାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିସିସିଆଇ ମଧ୍ୟ ଏହାର ଭିଡିଓ ସେୟାର କରିଛି ।ଏହାସହ ଆମେ ସମସ୍ତେ ଏପରି ରିଆକ୍ସନକୁ କେଉଁଠି ନା କେଉଁଠି ଦେଖିଛେ ବୋଲି କହିଛି ।

Leave A Reply

Your email address will not be published.