ହାତ ଟେକିଦେଲା ଆମେରିକା

ନୂଆଦିଲ୍ଲୀ, ୨୫|୦୨: ଧୋକା ଦେଲା ଆମେରିକା । ହାତ ଟେକିଦେଲେ ଜୋ ବାଇଡେନ୍ । ୟୁକ୍ରେନକୁ ସାହାଯ୍ୟ କରିପାରିବ ନାହିଁ ବୋଲି ସିଧା ସିଧା କହିଲେ ବାଇଡେନ୍ । ଦେଶବାସୀଙ୍କୁ ଉଦବୋଧନ ବେଲେ ଏମିତି କିଛି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଜୋ ବାଇଡେନ୍ କହିଛନ୍ତି ଯେ, ପୁଟିନ ଆକ୍ରମଣର ରାସ୍ତା ବାଛିଛନ୍ତି । ପୁଟିନ ଓ ଋଷ ଯାହା କରିଛନ୍ତି ଠିକ୍ ନୁହେଁ । ଏହାର ଜବାବ ସେମାନଙ୍କୁ ମିଳିବ । ବିଶ୍ୱର ସବୁ ଦେଶ ଋଷ ବିରୋଧରେ ଅଛନ୍ତି । ସେମାନେ ଋଷ ଉପରେ କଡା ପ୍ରତିବନ୍ଧକ ଲଗାଇବେ । ଆମେରିକା ଉପରେ ଯୁଦ୍ଧର ପ୍ରଭାବ ପଡିପାରେ । ୟୁକ୍ରେନ ନାଗରିକଙ୍କ ସୁରକ୍ଷା ସେମାନଙ୍କ ପ୍ରାଥମିକତା । ସେମାନେ ସାଇବର ଆକ୍ରମଣର ଜବାବ ଦେବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି । ୟୁଏସ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ସେମାନେ ୟୁକ୍ରେନକୁ ସୈନ୍ୟ ପଠାଇବେ ନାହିଁ । ତେବେ ସେ ନାଟୋ ଦେଶ ପାଇଁ ବାହାରିବେ । ତେବେ ଭ୍ଲାଦିମିର ପୁଟିନଙ୍କ ସହ କଥା ହେବାର କୌଣସି ଯୋଜନା ନଥିବା ସେ କହିଛନ୍ତି । ଋଷ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଆକ୍ରମଣ କରିଛି । ମାସେ ପୂର୍ବରୁ ସେ ଏହି ଯୋଜନା ବନାଇଥିଲା । ଜି୭ ଦେଶ ଋଷକୁ ଜବାବ ଦେବେ । ଋଷର ୪ଟି ବ୍ୟାଙ୍କ୍ ଉପରେ ପ୍ରତିବନ୍ଧକ ଲଗାଯିବ । ପୁଟିନ ପୂର୍ବ ସୋଭିଏତ ସଙ୍ଘ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । ଏହି ଆଶା ତାଙ୍କର କେବେ ପୂରଣ ହେବ ନାହିଁ ବୋଲି କହିଛନ୍ତି ବାଇଡେନ୍ ।

Leave A Reply

Your email address will not be published.